fbpx

ଖୋଲିଲା ନୂଆ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୧ ।୧୨: କେନ୍ଦ୍ର ସରକାରଙ୍କ ଅଧୀନରେ ଖୋଲିଲା ନୂଆ ମନ୍ତ୍ରଣାଳୟ । କେନ୍ଦ୍ରରେ ଖୋଲିଲା ସାମରିକ ବ୍ୟାପାର ମନ୍ତ୍ରଣାଳୟ । ବିଭାଗର ମୁଖ୍ୟ ହେବେ ସିଡିଏସ୍ ଜେନେରାଲ ବିପିନ ରାୱତ ।

ତେବେ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ଭାବେ ଆସନ୍ତାକାଲି ଦାୟିତ୍ୱ ନେଇଛନ୍ତି ବିପିନ ରାୱତ । ୩ ବର୍ଷର କାର୍ଯ୍ୟକାଳ ସାରି ଆଜି ଜେନେରାଲ ବିପିନ ଭାରତୀୟ ସ୍ଥଳସେନା ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଛନ୍ତି । ଗତ ୨୪ରେ କେନ୍ଦ୍ର କ୍ୟାବିନେଟ ବୈଠକରେ ସିଏଡିଏସ୍ ପଦବୀକୁ ମଞ୍ଜୁରୀ ମିଳିଥିଲା । ଅନ୍ୟପଟେ ରାୱତଙ୍କ ସ୍ଥାନରେ ପରବର୍ତ୍ତୀ ସେନାମୁଖ୍ୟ ଭାବେ ନିଯୁକ୍ତ ହୋଇଥିବା ମନୋଜ ମୁକୁନ୍ଦ ନରୱାଣେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ବିପିନ ରାୱତ କହିଛନ୍ତି ସିଡିଏସ କେବଳ ଏକ ପଦବୀ । ଜଣେ ସେନାଧ୍ୟକ୍ଷ ହିସାବରେ ମୁଁ ମୋର ବର୍ତ୍ତମାନର ଦାୟିତ୍ବ ଉପରେ ଧ୍ୟାନ ଦେଉଛି।

Get real time updates directly on you device, subscribe now.