fbpx

୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ, ଗରବା ଖେଳିବା ସମୟରେ ହୃଦଘାତ ଆତଙ୍କ

ଗୁଜୁରାଟ : ଗୁଜୁରାଟରେ ହୃଦଘାତର ଆତଙ୍କ ଦେଖା ଦେଇଛି । ଏବେ ନବରାତ୍ରୀ ପାଇଁ ସବୁଆଡେ ଦାଣ୍ଡିଆ ବା ଗରବା ଖେଳ ଚାଲିଛି । ଏହାରି ମଧ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି । ଗରବା ଖେଳିବା ସମୟରେ ଅନେକ ନାବାଳିକାଙ୍କ ସମେତ ଅନେକ ବୃଦ୍ଧା ମହିଳା ଏବଂ ଅନେକ ମଧ୍ୟ ବୟଷ ମହିଳା ମୃତ୍ୟୁ ମୁଖରେ ପଡିଛନ୍ତି । ଏଠାରେ ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

ତେବେ ଏଥିରେ ମୃତ୍ୟୁ ମୁଖରେ ପଡିଥିବା ମହିଳା ମାନଙ୍କ ମଧ୍ୟରୁ ସବୁଠାରୁ ଛୋଟ ୧୩ ବର୍ଷର ଜଣେ ବାଳିକା ଅଛନ୍ତି । ଏହା ପୂର୍ବରୁ ୧୭ ବର୍ଷର ଜଣେ ବାଳିକାଙ୍କ ଗରବା ଖେଳିବା ସମୟରେ ମୃତ୍ୟୁ ହୋଇଥିଲା । ଏହି ପରି ରାଜ୍ୟର ବିଭିନ୍ନ ସହରରେ ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ମହିଳା ଗରବା ଖେଳୁଥିବା ବେଳେ ତାଙ୍କର ହଠାତ ନାକରୁ ରକ୍ତ ପଡିଥିଲା । ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ପରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏଥି ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ମୁତୟନ କରିଛନ୍ତି ।

Get real time updates directly on you device, subscribe now.