fbpx

୧୦ ସେକେଣ୍ଡ ନିଶ୍ୱାସ ବନ୍ଦ କରୁଥିବା ବ୍ୟକ୍ତି କରୋନ ସଂକ୍ରମିତ ନୁହେଁ ! ଜାଣନ୍ତୁ ଏହି ଦାବିରେ କେତେ ଅଛି ସତ

ସମଗ୍ର ବିଶ୍ୱରେ ୩ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ଏହି ମାରାତ୍ମକ ଭାଇରସଠାରୁ ବଞ୍ଚିବା ପାଇଁ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରଚାର କରାଯାଉଛି । ଭାଇରସ୍ ପାଇଁ କେହି ଘରୋଇ ଉପଚାର କହୁଛନ୍ତି ତ ଆଉ କେତେକ ଏହାର ଲକ୍ଷଣ ଜାଣିବା ପାଇଁ ଅଦ୍ଭୁଦ ଉପାୟ କହୁଛନ୍ତି । ଅନେକ ଉପଭୋକ୍ତା ସୋସିଆଲ ମିଡିଆରେ ଦାବି କରୁଛନ୍ତି ଯେ, ଲୋକମାନେ ମାଗଣାରେ ଘରେ ବସି କରୋନ ପରୀକ୍ଷା କରିପାରିବେ । ଏଥିପାଇଁ କୌଣସି ପ୍ରକାରର ପରୀକ୍ଷଣର ଆବଶ୍ୟକତା ନାହିଁ ।’

ସେହିପରି ନିକଟରେ କିଛି ଉପଭୋକ୍ତାମାନେ ଦାବି କରିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ୧୦ ସେକେଣ୍ଡ ପାଇଁ ନିଶ୍ୱାସକୁ ବନ୍ଦ କରିନିଏ, ତେବେ ତାଙ୍କ ଶରୀର କରୋନା ଭାଇରସରେ ଆକ୍ରାନ୍ତ ନୁହେଁ । ମାର୍ଚ୍ଚ ୧୩ରେ ଏହାକୁ ଫେସବୁକରେ ପୋଷ୍ଟ କରାଯାଇ ବର୍ଣ୍ଣନା କରାଯାଇଥିଲା । ସେଥିରେ କୁହାଯାଇଥିଲା ଯେ, ଯଦି କୌଣସି ବ୍ୟକ୍ତି ୧୦ ସେକେଣ୍ଡ ପାଇଁ ନିଶ୍ୱାସ ବନ୍ଦ କରିବା ସମୟରେ କାଶ, ଗଳାରେ କଷ୍ଟ ବା ଅନ୍ୟ କିଛି ଅସୁବିଧା ନହୁଏ, ତେବେ ସେହି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ।


ସୋସିଆଲ ମିଡିଆରେ ବ୍ୟାପୁଥିବା ଏହି ତଥ୍ୟର ପ୍ରକୃତ ସତ୍ୟତାକୁ ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ମୁଖ୍ୟ ଅଧିକାରୀ ଡାକ୍ତର ଫହିମ ୟୁନୁସ ଖୁଲାସା କରିଛନ୍ତି । ସୋସିଆଲ ମିଡିଆରେ ଏପରି ଦାବିକୁ ସେ ଗୁଜବ ବୋଲି ବର୍ଣ୍ଣନା କରିଛନ୍ତି ।

ସେ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ଅନେକ କରୋନା ରୋଗୀ ପୀଡିତ ଅଛନ୍ତି, ଯେଉଁମାନେ ୧୦ ସେକେଣ୍ଡରୁ ଅଧିକ ସମୟ ଧରି ନିଶ୍ୱାସ ବନ୍ଦ କରିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଅନେକ ବୃଦ୍ଧ ବ୍ୟକ୍ତି କରୋନାରେ ପୀଡିତ ହୋଇନଥିଲେ ମଧ୍ୟ ଏତେ ସମୟ ଧରି ନିଶ୍ୱାସ ବନ୍ଦ କରିପାରନ୍ତି ନାହିଁ । ସେଥିପାଇଁ ଏହି ତଥ୍ୟ ସମ୍ପୂର୍ଣ୍ଣ ଗୁଜବ ।

Get real time updates directly on you device, subscribe now.