fbpx

ଘରେ ପହଞ୍ଚିବ ଭତ୍ତା ଓ କଣ୍ଟ୍ରୋଲ ସାମଗ୍ରୀ

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ରାଜ୍ୟର ୩୦ଟି ଜିଲ୍ଲା ଲକ୍-ଡାଉନ୍ ହେବ ବୋଲି ଘୋଷଣା ହୋଇସାରିଛି । କରୋନା ପାଇଁ ହିତାଧିକାରୀଙ୍କ ଘରେ ଭତ୍ତା ଓ କଣ୍ଟ୍ରୋଲ ସାମଗ୍ରୀ ପହଞ୍ଚାଇବାକୁ ସବୁ ରାଜ୍ୟପାଳଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ସହରାଞ୍ଚଳରେ ସଂପୃକ୍ତ ପୌରସଂସ୍ଥା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନାର ସଫଳ ମୁକାବିଲା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ସରକାର ।

ଅନ୍ୟପଟେ ସାରା ରାଜ୍ୟରେ ଚାଲିଥିବା ନିର୍ମାଣଧୀନ କାମ ତୁରନ୍ତ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲୁଥିବା ନିର୍ମାଣ କାମ ଜାରି ରହିବ ।

Get real time updates directly on you device, subscribe now.