fbpx

ଅବିଶ୍ୱାସ ହେଲେ ବି ସତ: ମାତ୍ର ୨୮ ଘଣ୍ଟାରେ ନିର୍ମାଣ ହେଲା ୧୦ ମହଲା ବିଲଡିଂ, ଜାଣନ୍ତୁ କେଉଁଠି ଓ କିପରି

ବେଜିଂ: ସାଧାରଣତଃ ଗୋଟିଏ ଘର ତିଆରି କରିବା ପାଇଁ ମାସ ମାସ ସମୟ ଲାଗିଥାଏ । ମାତ୍ର ନିକଟରେ ଚୀନର ଚାଙ୍ଗସା ସହରରେ ଏକ ୧୦ ମହଲା ବିଶିଷ୍ଟ ବିଲଡିଂ ଗୋଟିଏ ଦିନରେ ନିର୍ମିତ ହୋଇଛି । ତେଣୁ ଏହି କୋଠାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ଚାଲିଛି । ଏହି ଚର୍ଚ୍ଚାର କାରଣ ହେଉଛି ୧୦ ମହଲା ବିଶିଷ୍ଟ କୋଠାକୁ ତିଆରି କରିବା ପାଇଁ ଚୀନର ଏକ୍ସପର୍ଟମାନେ ମାତ୍ର ୨୮ ଘଣ୍ଟା ୪୫ ମିନିଟ୍ ସମୟ ନେଇଛନ୍ତି । ଏହି ବିଲଡିଂର ନିର୍ମାଣ ସମୟର ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍ କରାଯାଇଛି । ଏତେ କମ୍ ସମୟ ଭିତରେ କିପରି ଏକ ବିଶାଳକାୟ ବିଲଡିଂ ଛିଡ଼ା କରିବା ସମ୍ଭବ ହେଲା, ସେନେଇ ୫ ମିନିଟର ଭିଡିଓରେ ସୁବିସ୍ତୃତ ଭାବେ ଦୃଶ୍ୟମାନ କରାଯାଇଛି ।

ଏହି ବିଲଡିଂର ନିର୍ମାଣ ନିମନ୍ତେ ବ୍ରଡ ଗ୍ରୁପକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ମାତ୍ର ଗୋଟିଏ ଦିନ ମଧ୍ୟରେ ଏକ ବିଶାଳକାୟ ବିଲଡିଂର ନିର୍ମାଣ ଅସମ୍ଭବ ପରି ମନେହେବା ସ୍ୱାଭାବିକ । ଏହି ନିର୍ମାଣ ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ହେବା ସହ ଏନେଇ ପୂର୍ବରୁ ସମସ୍ତ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା । ୨୦୧୧ ମସିହାରେ ମଧ୍ୟ ବ୍ରଡ୍ ଗ୍ରୁପ ଦ୍ୱାରା ଚାଙ୍ଗସା ସହରରେ ଆର୍କ ହୋଟେଲ ନିର୍ମାଣ କରାଯାଇଥିଲା, ଯାହା ୧୫ ମହଲା ବିଶିଷ୍ଟ ହୋଇଥିବା ବେଳେ ନିର୍ମାଣ ପାଇଁ ପ୍ରାୟ ୪୬ ଘଣ୍ଟା ସମୟ ଲାଗିଥିଲା । ଏହି କାର୍ଯ୍ୟ ପାଇଁ ୩ଡି, ୫ଡିର ଉପଯୋଗ କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.