fbpx
BSKY SKY
BSKY SKY

ଅନାଥ ଶିଶୁଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

BSKY

ଭୁବନେଶ୍ୱର: ବାପା ମା’ ହରାଇଥିବା ଅନାଥ ଶିଶୁଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ “ଆଶୀର୍ବାଦ” ଯୋଜନା । ଏହି ଯୋଜନା ଅଧୀନରେ ଯେଉଁ ପିଲାମାନେ ଉଭୟ ବାପା-ମାଆଙ୍କୁ ହରାଇଛନ୍ତି ସେମାନଙ୍କୁ ମାସିକ ୨୫୦୦ ଟଙ୍କା ଦିଆଯିବାକୁ ଘୋଷଣା ହୋଇଛି । ସେହିପରି ଯେଉଁ ମାନେ ସିଙ୍ଗଲ ପ୍ୟାରେଣ୍ଟଙ୍କୁ ହରାଇଥିବା ପିଲାମାନଙ୍କୁ ମଧ୍ୟ ୧୫୦୦ ଟଙ୍କା ମାସିକ ଦିଆଯିବ । କେବଳ ମୁଖ୍ୟ ଉପାର୍ଜନ କାରୀ ବାପା ବା ମା ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ୧୫ ଶହ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଜଣେ ବି ଅସହାୟ ଶିଶୁ ଯେପରି ବାଦ୍ ନ ପଡନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲାପାଳ ପ୍ରତିବର୍ଷ ସ୍ୱତନ୍ତ୍ର ଅଭିଯାନ କରିବେ ।

ଆଶୀର୍ବାଦ ଯୋଜନାରେ ଏହି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ମାନଙ୍କ ଗହଣରେ ହିଁ ରହିବେ ଏବଂ ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକ ମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.