ବଜେଟ୍‌ରେ ସୁଭଦ୍ରା ପାଇଁ ୧୦ ହଜାର ୧୪୫ କୋଟି, ଜାଣନ୍ତୁ କନ୍ୟା ଯୋଜନା ପାଇଁ କେତେ

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବଜେଟରେ ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ୱର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରୁଛନ୍ତି। ତେବେ ଏହି ବଜେଟରେ ସୁଭଦ୍ରା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ବଜେଟ ପ୍ରସ୍ତୁତ କରାଯାଇଛି।

ପ୍ରଥମ କିସ୍ତିରେ ଏଯାବତ ୪ ହଜାର ୯ ଶହ କୋଟି ଦେଇ ସାରିଲୁଣି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ ଉପସ୍ଥାପନା ବେଳେ କହିଛନ୍ତି। ଏଥିସହ ସେ ଆହୁରି ପ୍ରକାଶ କରିଛନ୍ତି ଯେ, କନ୍ୟା ଯୋଜନାରେ ୧୨ କୋଟି ବ୍ୟୟ କରିବୁ।