fbpx

୧୦ ବର୍ଷର ପୁଅ ପାଇଁ କାଳ ସାଜିଲା ଲଲି ପପ୍: ୨ଟି ଲଲିପପ୍ ଖାଇବା ପରେ ମୃତ୍ୟୁ..

ମୋହନା: ଚକୋଲେଟ ଲଲିପପ ଖାଇବା ପ୍ରତ୍ୟେକ ପିଲାଙ୍କ ପସନ୍ଦ ହୋଇଥାଏ । କିନ୍ତୁ ଏହି ଲଲିପପ ଖାଇବା ପୁଣି ଯେ, ଗୋଟିଏ ନିରୀହ ଅବୋଧ ଶିଶୁ ପାଇଁ କାଳ ସାଜିବ ତାହା କେହି କେବେ ଚିନ୍ତା ବି କରିନଥିବେ । ତେବେ ଗଜପତି ଜିଲ୍ଲା ମୋହନା ଥାନା ଅନର୍ଗତ ଢ଼ିମିରିଝୁଳି ଗାଁରେ ଏପରି ଏକ ଅଭାବନୀୟ ଏବଂ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ସେହି ଗ୍ରମାର ଜଣେ ବାସୁଦେବ ଶବରଙ୍କ ୧୦ ବର୍ଷୀୟ ନାବାଳକ ପୁଅ ବୈକୁଣ୍ଠ ଶବର ଗାଁ ପାଖରେ ଥିବା କିଶୋରଙ୍କ ଦୋକାନକୁ ଯାଇଥିଲେ । ସେଠାରୁ ସେ ୨ଟି ଲଲିପପ୍ ଆଣି ଖାଇଥିଲେ । କିନ୍ତୁ ଏହି ଲଲିପପ୍ ୧୦ ବର୍ଷ ଶିଶୁର ମୃତ୍ୟୁର କରାଣ ହୋଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ଖବର ଅନୁଯାୟୀ ୧୦ ବର୍ଷର ନା ବାଳକ ବୈକୁଣ୍ଠ ଗାଁର ଏକ ଦୋକାନରୁ ଲଲି ପପ ଚକୋଲେଟ ଆଣିଥିଲେ । କିନ୍ତୁ ଏହାକୁ ସେ ଖାଇବା ପରେ ତାଙ୍କର ବାନ୍ତି ହୋଇଥିଲା । ଏହାପରେ ଆଜି ସକାଳେ ନାବାଳକ ପୁଅ ବୈକୁଣ୍ଠର ମୃତ୍ୟୁ ଘଟିଛି । ତେବେ ପୁଅର ମୃତୁ ପରେ ଗ୍ରାମରେ ଥିବା କିଶୋରଙ୍କ ଦୋକାନ ଆଗରେ ପୁଅକୁ ରଖି ଧାରଣା ଦେଇଥିଲେ । ଏଥିସହିତ ତାଙ୍କ ପୁଅକୁ କିଶୋର ଲଲି ପପ୍ ଚକଲେଟରେ କିଛି ଔଷଧ ମିଶାଇ ଦେଇଥିବା ଯୋଗୁଁ ପୁଅର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ମୋହନା ଥାନାରେ ଅଭିଯୋଗ ହେବାପରେ ଲଲିପପ ଡବାକୁ ପୋଲିସ ଜବତ କରିବା ସହିତ କିଶୋରକୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଛି । ଏତତ୍ ବ୍ୟତୀତ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ।

Get real time updates directly on you device, subscribe now.