fbpx

ସାବଧାନ! ହ୍ୱାଟ୍ସ ଆପ୍ ୟୁଜର୍ସଙ୍କ ଅଡିଓ ଏବଂ ଭିଡିଓ ହେଉଛି ରେକର୍ଡ, ଆପଣ ବି ହୋଇ ପାରନ୍ତି ବ୍ଲାକମେଲର ଶିକାର

ନୂଆଦିଲ୍ଲୀ: ମେସେଜିଙ୍ଗ ଆପ ହ୍ୱାଟ୍ସ ଆପ୍ ରେ ୟୁଜର୍ସମାନଙ୍କୁ ଅନେକ ପ୍ରରାର ଫାଇଦା ମିଳିଥାଏ । ଯେଉଁଥିରେ ସେମାନେ ଭିଡଓ କଲ ଠାରୁ ଆରମ୍ଭ କରି ଟଙ୍କା ନେଣଦେଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅତି ସହଜରେ ଏବଂ ସୁରକ୍ଷିତରେ ହୋଇଥାଏ । କିନ୍ତୁ ଅଧିକ ଫିଚର ଲୋଭରେ ଅନେକ ୟୁଜର୍ସମାନେ କ୍ଲୋନେଡ୍ କିମ୍ବା ତୃତୀୟ-ପକ୍ଷ ହ୍ୱାଟ୍ସ ଆପ୍ ସଂସ୍କରଣ ବ୍ୟବହାର କରିଥାନ୍ତି । ଯାହାଫଳରେ ଏହା ତାଙ୍କୁ ବିପଦରେ ପକାଇଥାଏ । ତେବେ ଏହି କ୍ଲୋନେଡ୍ ଆପ୍ସ ବ୍ୟବହାର କରିବାର ଅର୍ଥ ହେଉଛି ଆପଣଙ୍କର ଗୋପନୀୟତାକୁ ସାମ୍ନାକୁ ଆଣିବା । ହ୍ୱାଟ୍ସ ଆପ୍ ଦ୍ୱାରା ଜାରୀ ହୋଇଥିବା ନୂତନ ରିପୋର୍ଟ ଅନୁଯାୟୀ କ୍ଲୋନେଡ୍ ହୋଇଥିବା ହ୍ୱାଟ୍ସ ଆପ୍ ଭର୍ସନ୍ ୟୁଜର୍ସମାନଙ୍କ ଅଡିଓ ଏବଂ ଭିଡିଓ ରେକର୍ଡିଂ କରିଥାଏ । ଯାହାର ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି।

ତେବେ ସାଇବର-ସୁରକ୍ଷା କମ୍ପାନୀ ଋଝଋଞ ଏହାର ରିପୋର୍ଟରେ କହିଛି ଯେ ହ୍ୱାଟ୍ସ ଆପ୍ ରେ ତୃତୀୟ-ପକ୍ଷ, କ୍ଲୋନ୍ ହୋଇଥିବା ଏବଂ ଏହା ଅଣ ଔପଚାରିକ ସଂସ୍କରଣ ସ୍ପାଏୱେୟାର ବ୍ୟବହାର କରୁଛି। ଯାହାକି କ୍ଲୋନ୍ ହୋଇଥିବା ତୃତୀୟ-ପକ୍ଷ ହ୍ୱାଟ୍ସ ଆପ୍ ଭର୍ସନ ସାହାଯ୍ୟରେ କେବଳ ବ୍ୟବହାରକାରୀଙ୍କ ଚାଟ୍ ନୁହେଁ ସେମାନଙ୍କ ଭଏସ୍ ଏବଂ ଭିଡିଓ କଲ୍ ମଧ୍ୟ ଚୋରାଉଛି । ତେବେ ୟୁଜର୍ସମାନଙ୍କୁ ତୁରନ୍ତ ଏହି ଆପ୍ ବ୍ୟବହାର ବନ୍ଦ କରିବାକୁ ହ୍ୱାଟ୍ସ ଆପ୍ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.