fbpx

ପୂର୍ବତନ ବିଜେପି ବିଧାୟକଙ୍କୁ ୧୦ ବର୍ଷ ଜେଲଦଣ୍ଡ

Advertisement

ନୂଆଦିଲ୍ଲୀ: ବିଜେପିର ଜଣେ ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୨୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ କୋର୍ଟ ଏହି ଶୁଣାଣି କରିଛନ୍ତି । ଏଥିସହିତ ଏକ ଲକ୍ଷର ଜରିମାନା ମଧ୍ୟ ଲାଗୁ କରାଯାଇଛି । ଏହି ରାଶି ପୀଡ଼ିତାଙ୍କୁ ପ୍ରଦାନ କରାଯିବ । ଘଟଣା ଘଟିବା ସମୟରେ ପୂର୍ବତନ ବିଧାୟକଙ୍କ ବୟସ ୬୬ ବର୍ଷ ହୋଇଥିବା ବେଳେ ମହିଳାଙ୍କର ବୟସ ୨୨ ବର୍ଷ ଥିଲା ।

ରାଜସ୍ଥାନର ନାଗୌର ଜିଲ୍ଲାର ମକରାନାର ପୂର୍ବତନ ବିଧାୟକ ଭୱଁରଲାଲ ରାଜପୁରୋହିତଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି କୋର୍ଟ । ଏକ ପୁରୁଣା ଦୁଷ୍କର୍ମ ମାମଲାରେ ରାଜପୁରୋହିତଙ୍କୁ ୧୦ ବର୍ଷର ଜେଲଦଣ୍ଡ ସହିତ ୧ ଲକ୍ଷ ଟଙ୍କାର ଜରିମାନା ଆଦେଶ ହୋଇଛି । ଏହି ଶୁଣାଣି ସମୟରେ ୮୬ ବର୍ଷୀୟ ପୂର୍ବତନ ବିଧାୟକ କୋର୍ଟରେ ଉପସ୍ଥିତ ଥିଲେ । ହ୍ୱିଲଚେୟାରରେ ବସାଇ ତାଙ୍କୁ କୋର୍ଟକୁ ଅଣାଯାଇଥିଲା ।

ତେବେ ମକରାନା ଏଡିଜେ କୋର୍ଟଙ୍କ ନିଷ୍ପତ୍ତି ପରେ ରାଜପୁରୋହିତଙ୍କୁ ପୋଲିସ ଗିରଫ କରିଥିଲା । ମେଡିକାଲ ଟେଷ୍ଟ କରିବା ପରେ ତାଙ୍କୁ ପରବତସର ଜେଲକୁ ପଠାଇ ଦିଆଯିବ । ଗତ ୨୦୦୨ ମସିହା ମେ ୧ରେ ରାଜପୁରୋହିତଙ୍କ ବିରୋଧରେ ମକରାନା ଥାନା ଅନ୍ତର୍ଗତ ମନାନା ଗ୍ରାମର ଜଣେ ମହିଳା ଦୁଷ୍କର୍ମ ମାମଲା ଦାୟର କରିଥିଲେ । ବର୍ତ୍ତମାନ ରାଜପୁରୋହିତଙ୍କୁ ୮୬ ବର୍ଷ ହୋଇଥିବା ବେଳେ ପୀଡ଼ିତ ମହିଳାଙ୍କୁ ୪୩ ବର୍ଷ ହୋଇଛି । ଦୁଷ୍କର୍ମ ପରେ ପୀଡ଼ିତା ଗର୍ଭବତୀ ହୋଇଯାଇଥିଲେ । ତେଣୁ ଲୋକଲଜ୍ଜା ଭୟରେ ସେ ଆବର୍ସନ କରିଥିବା ପୀଡ଼ିତା କହିଛନ୍ତି ।

Get real time updates directly on you device, subscribe now.