fbpx

ଭୂକମ୍ପରେ ଥରିଲା ତାଜିକିସ୍ତାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୮

Advertisement

ତାଜିକିସ୍ତାନ: ତୁର୍କୀର ବିନାଶକାରୀ ଭୂକମ୍ପ ପରେ ବର୍ତ୍ତମାନ ଆଫଗାନିସ୍ତାନର ପୂର୍ବ ତାଜିକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିବା କଥା ସାମ୍ନାକୁ ଆସିଛି । ଭୂକମ୍ପର ପ୍ରବଳ କମ୍ପନ ଯୋଗୁଁ ଆଫଗାନିସ୍ତାନର ପୂର୍ବ ତାଜିକିସ୍ତାନ କମ୍ପିତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରେ ମାପ କରାଯାଇଛି । ନିକଟରେ ତୁର୍କୀ-ସିରିଆରେ ମଧ୍ୟ ସମାନ ଭୂକମ୍ପ ଘଟିଥିଲା ଯାହାଦ୍ୱାରା ଅନେକ ଅଟ୍ଟାଳିକା ମାନ ଭୁଶୁଡି ଅନେକ ଜୀବନ ନଷ୍ଟ ହୋଇଯାଇଛି ।

ସୂଚନା ଅନୁଯାୟୀ, ତୁର୍କୀରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୯ ଥିଲା । ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ୪୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ପୂର୍ବ ତାଜିକିସ୍ତାନରୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ। ଯୁକ୍ତରାଷ୍ଟ୍ରର ଭୂକମ୍ପ ସର୍ବେକ୍ଷଣ ଅନୁଯାୟୀ, ପୂର୍ବ ତାଜିକିସ୍ତାନର ମୁର୍ଗୋବଠାରୁ ୬୭ କିଲୋମିଟର ଦୂରରେ ଏହି ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲା।

ପୃଥିବୀରେ ୭ ଟି ପ୍ଲେଟ୍ ରହିଛି । ଏହି ପ୍ଲେଟଗୁଡ଼ିକ ସବୁବେଳେ ଘୂର୍ଣ୍ଣନ କରୁଥାଏ । କିନ୍ତୁ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଏହି ପ୍ଲେଟଗୁଡ଼ିକ ପରସ୍ପର ସହିତ ଅଧିକ ଧକ୍କା ହୁଅନ୍ତି । ଏହି ପ୍ରକାର ଜୋନକୁ ଫଲ୍ଟ ଲାଇନ କୁହାଯାଏ । ବାରମ୍ବାର ଧକ୍କା ହେତୁ ପ୍ଲେଟଗୁଡିକର କୋଣଗୁଡ଼ିକ ବଙ୍କା ହୋଇଯାଏ ଏବଂ ଏହା ପରେ ଯଦି ଅଧିକ ଚାପ ଥାଏ, ତେବେ ପ୍ଲେଟଗୁଡିକ ଭାଙ୍ଗିବା ଆରମ୍ଭ କରେ । ତା’ପରେ ନିମ୍ନରେ ଥିବା ଶକ୍ତି ଏକ ବାଟ ଖୋଜିବାକୁ ଆରମ୍ଭ କରେ । ଏହି ବିଶୃଙ୍ଖଳା ହେତୁ ପୃଥିବୀରେ ଭୂକମ୍ପ ଘଟିଥାଏ । ପୃଥିବୀରେ ଭୂକମ୍ପର କେନ୍ଦ୍ର ଯେତେ କମ୍, ବିନାଶ ମଧ୍ୟ ଅଧିକ ହେବ।

Get real time updates directly on you device, subscribe now.