fbpx

ସୁଆଣ୍ଡୋ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

Advertisement

ପୁରୀ: ସୁଆଣ୍ଡୋ ପ୍ରକଳ୍ପର ଆଜି ଲୋକାପର୍ଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଆଜି ପ୍ରକଳ୍ପକୁ ଆଜି ଲୋକାର୍ପଣ କରାଯିବା ନେଇ ସୂଚନା ରହିଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ସୁଆଣ୍ଡୋ ଗ୍ରାମରେ ପହଁଚିବାର ବ୍ୟବସ୍ଥା ରହିଛି । ସେଠାରେ ସେ ପହଁଚିବା ପରେ ନବନିର୍ମିତ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଏହାର ଲୋକାର୍ପଣ କରିବେ ଏବଂ ଆୟୋଜିତ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରକଳ୍ପ ଲୋକାର୍ପଣ କରିବା ଅବସରରେ ସେ ଏକ ଘଣ୍ଟା ସୁଆଣ୍ଡୋରେ ରହିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋ ଗାଁରେ ୨୫ ଲକ୍ଷ ୮୦ କୋଟି ଖର୍ଚ୍ଚ ହୋଇ ଏକ ନୂଆ ରୂପ ପାଇଛି ।

Get real time updates directly on you device, subscribe now.