fbpx

ଆଶ୍ଚର୍ଯ୍ୟଜନକ ଘଟଣା! ଭୁବନେଶ୍ୱର ରାଜରାସ୍ତାରେ ଉଡ଼ିଲା ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟର ଆମର ଆଖପାଖରୁ ଏଭଳି କିଛି ଘଟଣା ଶୁଣିବାକୁ ମିଳିଥାଏ, ଯାହାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ସହଜରେ ବିଶ୍ୱାସ କରନ୍ତି ନାହିଁ । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ରାଜଧାନୀର ରାଜରାସ୍ତାରେ ନୋଟ୍ ଉଡ଼ିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ନୋଟ୍ ଉଡ଼ିଥିବା ଦେଖିବାକୁ ମିଳିଛି । ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟକୁ କିଛି ଲୋକ ଉଡ଼ାଇଥିବା ଖବର ସାମ୍ନାକୁ ଆସିଛି । ଏହି କଥାଟି ପ୍ରଥମେ ଶୁଣିବା ପରେ ଅଧିକାଂଶ ଲୋକ ଚକିତ ହୋଇଯାଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଘଟଣା ପଛର ପ୍ରକୃତ ତଥ୍ୟ ସାମ୍ନାକୁ ଆସିଥିଲା ।

ପ୍ରକୃତରେ ଚିରାଫଟ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ଉଡ଼ିଥିବା ଜଣାପଡ଼ିଛି । ବ୍ୟାଙ୍କରେ ଚିରାଫଟା ନୋଟ ବଦଳାଇ ନ ହେବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ନିକଟରେ ଅସନ୍ତୁଷ୍ଟ ଗ୍ରାହକମାନେ ଚିରାଫଟା ନୋଟକୁ ଉଡ଼ାଇଥିବା ଜଣାପଡ଼ିଛି । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ ବଦଳାଉନଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଏହି ନୋଟ ଉଡ଼ିବା ଘଟଣାକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ ଯେ, ଚିରଫଟା ନୋଟକୁ ଆରବିଆଇର ବିଭିନ୍ନ ବ୍ରାଞ୍ଚ ଅଫିସରେ ଏକ୍ସଚେଞ୍ଜ କରାଯାଇଥିଲା । ମାତ୍ର ଏଥିପାଇଁ ଆରବିଆଇର କିଛି ନିୟମ ରହିଥାଏ ।

Get real time updates directly on you device, subscribe now.