fbpx
BSKY
BJD MC SKY
BJD YOUTH SKY

ଭାରତରେ ୧୦,୦୦୦ ଓ ୫,୦୦୦ ଟଙ୍କିଆ ନୋଟ୍ କେବେ ବନ୍ଦ ହୋଇଥିଲା: ଦେଶରେ କେବେଠାରୁ ଆରମ୍ଭ ହୋଇଥିଲା ବିମୁଦ୍ରୀକରଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ପରେ ଗ୍ରାହକମାନେ ଆଉ ଏହି ନୋଟକୁ ବଦଳାଇ ପାରିବେ ନାହିଁ । ଏନେଇ ଆରବିଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହା ପୂର୍ବରୁ ଗତ ୨୦୧୬ରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟ ବନ୍ଦ ନେଇ ନୋଟିସ ଜାରି ହୋଇଥିଲା । ତେବେ ବାରମ୍ବାର ନୋଟବନ୍ଦୀ ନିଷ୍ପତ୍ତିକୁ ନେଇ ଅନେକ ଲୋକ ନାପସନ୍ଦ କରିଥିବା ବେଳେ କିଛି ଲୋକ ଏହା ସପକ୍ଷରେ ମତ ଦେଇଛନ୍ତି ।

ତେବେ ନୋଟବନ୍ଦୀ ପ୍ରସଙ୍ଗ ଭାରତ ପାଇଁ ଏକ ନୂଆ ଘଟଣା ନୁହେଁ । ଏହା ପୂର୍ବରୁ ଏକାଧିକ ଥର ଦେଶରେ ନୋଟବନ୍ଦୀ ଦେଖିବାକୁ ମିଳିଥିଲା । ତେବେ ୨୦୦୦ ଟଙ୍କିଆ ନୋଟ ସହ ଜଡ଼ିତ ନିଷ୍ପତ୍ତି ନୋଟବନ୍ଦୀ ଅଧିନରେ ଆସୁନାହିଁ । ଏହାକୁ କେବଳ ନେଣଦେଣରୁ ହଟାଇ ଦିଆଯାଇଛି । ତେବେ ଏପରି ସମୟ ଥିଲା ଦେଶରେ ୧୦,୦୦୦ ଓ ୫,୦୦୦ ଟଙ୍କିଆ ନୋଟ ଚାଲିଥିଲା । ୧୯୭୮ ମସିହାରେ ଦେଶର ତକ୍ରାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ନୋଟବନ୍ଦୀ ନିଷ୍ପତ୍ତି ନେଇଥିଲେ ।

ଇଂରେଜଙ୍କ ଠାରୁ ସ୍ୱାଧୀନତା ମିଳିବା ପରେ ଦେଶରୁ କଳାଧନକୁ ସମାପ୍ତ କରିବା ଉଦ୍ଦେଶ୍ୟରେ ଏହି ନୋଟବନ୍ଦୀ ନିଷ୍ପତ୍ତି ନିଆଯାଇଥିଲା । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ସେ ସମୟରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ମୋରାରଜୀ ସରକାର ବଡ଼ ବଡ଼ ନୋଟକୁ ବନ୍ଦ କରିଦେଇଥିଲେ । ଜନତା ପାର୍ଟି ସରକାର ଅମଳରେ ୧୦୦୦, ୫୦୦୦ ଓ ୧୦,୦୦୦ ଟଙ୍କିଆ ନୋଟକୁ ନେଇ ନୋଟବନ୍ଦୀ କରାଯାଇଥିଲା ।

ସ୍ୱାଧୀନତା ପୂର୍ବରୁ ଦେଶରେ ପ୍ରଥମ ଥର ପାଇଁ ନୋଟବନ୍ଦୀ ଘୋଷଣା କରାଯାଇଥିଲା । ୧୯୪୬ ମସିହା ଜାନୁଆରୀ ମାସ ୧୨ ତାରିଖରେ ଭାରତର ଭାଇସରାୟ ଓ ଗଭର୍ଣ୍ଣର ଜେନେରାଲ ସାର ଆର୍ଚିବାଲ୍ଡ ବଡ଼ ନୋଟକୁ ବିମୁଦ୍ରୀକରଣ ନେଇ ନିଷ୍ପତ୍ତି ନେଇଥିଲେ । ଏହାର ୧୩ ଦିନ ପରେ ଜାନୁଆରୀ ୨୬ ତାରିଖ ପରଠାରୁ ୫୦୦, ୧୦୦୦ ଓ ୧୦,୦୦୦ଟଙ୍କିଆ ନୋଟର ବୈଧତା ସମାପ୍ତ ହୋଇଯାଇଥିଲା । ବେପାରୀଙ୍କ ବିଦେଶୀ ବେଆଇନ କାରବାର ଉପରେ ରୋକ ଲାଗୁ ନେଇ ୧୦୦ରୁ ଅଧିକ ନୋଟକୁ ବନ୍ଦ କରିଦିଆଯାଇଥିଲା ।

୧୯୩୮ରେ ଆରବିଆଇ ପକ୍ଷରୁ ୧୦,୦୦୦ ଓ ୫,୦୦୦ ଟଙ୍କିଆ ନୋଟ ଛପାଯାଇଥିଲା ।୧୯୪୬ରେ ୧୦୦୦ ଓ ୧୦,୦୦୦ ଟଙ୍କିଆ ନୋଟ ଛାପିବା ବନ୍ଦ କରାଯାଇଥିଲା । ଏହାପରେ ୧୯୫୪ରେ ୧୦୦୦ ଓ ୫,୦୦୦ ନୋଟ ଛପା ଯାଇଥିଲା । ଏହାପରେ ପୁଣି ୫,୦୦୦ ଟଙ୍କିଆ ନୋଟ ଛପା ଯାଇଥିଲା । ୧୯୭୮ରେ ଏହି ଦୁଇ ନୋଟକୁ ବନ୍ଦ କରିଦିଆଯାଇଥିଲା । ୨୦୧୬ ମସିହା ନଭେମ୍ବର ୮ରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ମୋଦୀ ସରକାର ବନ୍ଦ କରିଦେଇଥିଲେ ।

Get real time updates directly on you device, subscribe now.