fbpx

କରୋନାକୁ ହରାଇଲେ ୧୦୧ ବର୍ଷର ମହିଳା, ଡାକ୍ତର ବି ଆଶ୍ଚର୍ଯ୍ୟ

ଏହି ସମୟରେ କରୋନା ସବୁ ବୟସର ଲୋକଙ୍କୁ ଶିକାର କରୁଛି, ଯେଉଁଥିରୁ ବଞ୍ଚିବା କଷ୍ଟ ହେଉଛି । କିନ୍ତୁ ଜଣେ ୧୦୧ ବର୍ଷୀୟ ମହିଳା କରୋନାକୁ ମାତ୍ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏହି ଘଟଣା ଆନ୍ଧ୍ରପ୍ରଦେଶର ତିରୁପତିର ବୋଲି ଜଣାପଡିଛି । ସେଠାକାର ଜଣେ ୧୦୧ ବର୍ଷର ବୟସ୍କ ମହିଳା କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭେଙ୍କଟେଶ୍ୱର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ଶ୍ରୀ ପଦ୍ମାବତୀ ମେଡିକାଲର କୋଭିଡ-୧୯ ୱାଡରୁ ଡିସଚାର୍ଜ ହୋଇଥିବା ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ୧୦୧ ବର୍ଷରୟ ମହିଳା ହୋଇ ବି କରୋନାକୁ ହରାଇବା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.