fbpx

ରାଜ୍ୟରେ ୧୦୩୦ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ବାହାରିଲେ?

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ଧରେ ଧିରେ ତାର କାୟା ବିସ୍ତାର କରୁଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଗତ ଦୁଇଦିନ ହେବ ପିକ୍ରେ ରହିଛି କରୋନା ସଂକ୍ରମଣ । ଟ୍ରେଣ୍ଡ ଅନୁଯାଇ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ହଜାର ୦୩୦ ଜଣ ନୂଆ ଆକ୍ରାନ୍ତ ଚିହଟ୍ନ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୩ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୨୭ ଟି ଲୋକାଲ କେସ୍ ରହିଛି । ସେହିପରି ୧୭୯ ଜଣ ବୟସ ୧୮ ବର୍ଷ କିମ୍ବା ତାଠାରୁ କମ୍ ବୋଲି ଜଣା ପଡିଛି ।

ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୨୭ ଜଣ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୬୪ ଜଣ ଓ ମୟୁରଭଞ୍ଜରୁ ୧୧୦ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ ୭୭ ଜଣ ଓ କଟକରୁ ୫୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସୋନପୁରରୁ ୩୯,ବଲାଙ୍ଗିରରୁ ୩୫, କଳାହାଣ୍ଡିରୁ ୨୬,କନ୍ଧମାଳ ଓ ବାଲେଶ୍ୱରରୁ୨୩, ବରଗଡରୁ ୨୨ ଏବଂ ଝାରସୁଗୁଡାରୁ ୨୧ଜଣଙ୍କ ଦେହରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ସେହିପରି, ନୟାଗଡରେ ୨୦ ଯାଜପୁରରେ ୧୯ ଏବଂ ରାୟଗଡାରେ ଏହି ସଂଖ୍ୟା ୧୮ ରହିଥିବା ବେଳେ କୋରାପୁଟ ଓ କେନ୍ଦ୍ରାପଡାରେ ଏହି ସଂଖ୍ୟା ୧୭ ରହିଛି । ସେହିପରି କେନ୍ଦୁଝରରୁ ୧୩, ବୌଦ୍ଧରୁ ୧୨ ଏବଂ ଭଦ୍ରକଓ ନୂଆପଡାରୁ ୧୧ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ପୁରୀରୁ ୧୦, ଓ ଦେଓଗଡରୁ ୯ ଜଣ ବ୍ୟକ୍ତି ସଂକ୍ରମଣ ହୋଇଛନ୍ତି । ସେହିପରି , ଗଜପତି ଓ ଜଗତସିଂହପୁରରୁ ୭ଜଣ ସଂକ୍ରମିତ ହୋଇଥିବା ବେଳେ ଢେଙ୍କାନାଳ ଓ ଅନୁଗୁଳରୁ ସର୍ବନିମ୍ନ ୩ ଜଣ ଲେଖାଏଁ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ତେବେ ଗତ ୨୪ ଘଣ୍ଟାରେ ମୋଟ ୧୦୬୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ବର୍ତ୍ତମାନ ରାଜ୍ୟରେ ୬୯୭୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହି ପରି ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତକୁ ମିଶାଇ ତାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୦୧୧୫କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.