fbpx

କ୍ଲାସରୁମରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପାରଳାଖେମୁଣ୍ଡି ପୋଲିସର ଛାନଭିନ୍ ଜାରି

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): କ୍ଲାସରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ପାରଳାଖେମୁଣ୍ଡି ରାଣୀପେଣ୍ଠା ସ୍ଥିିତ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ନର୍ସିଂ ପ୍ରଥମ ବର୍ଷର ଛାତ୍ରୀ ଥିବା ଜଣାପଡିଛି । ତାଙ୍କ ଘର ଗଞ୍ଜାମ ଗୋପାଳପୁରରେ ହୋଇଥିବା ବେଳେ ସେ ହଷ୍ଟେଲରେ ରହି ନର୍ସିଂ କୋର୍ସ କରୁଥିଲେ ।

ତେବେ ଆଜି କ୍ଲାସରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନା କିଏ ତାଙ୍କୁ ହତ୍ୟା କରି ଟାଙ୍କି ଦେଇଛି, ସେନେଇ ପୋଲିସ ତଦନ୍ତ କରୁଛି ।

ଅନ୍ୟପଟେ ସମ୍ବଲପୁରରୁ ଆସିଛି ଏକ ଦୁଃଖଦ ଘଟଣା । ଘର ପଛପଟୁ ଜଣେ +୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବୁର୍ଲା ଥାନା ଢିପାପଡ଼ା ଗାଁର ଛାତ୍ର ରୋହନ କୁମାର ଗୁରୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ରୋହନ ଜିଏମ କଲେଜର +୨ ଛାତ୍ର ଥିବା ବେଳେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧ ଅସ୍ପଷ୍ଟ ରହିଛି । ଅନ୍ୟପଟେ ପରୀକ୍ଷାରେ ବିଫଳ ହେବାରୁ ରୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.