fbpx

(Video) ଅପରାହ୍ନରେ ଥାନାକୁ ଯିବେ ବାବୁସାନ! ପ୍ରେମ ନୁହେଁ, ଅଭିନେତାଙ୍କୁ ଘାରିଛି ଡ୍ରଗ୍ସ ଲିଙ୍କ୍ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଷ୍ଟାର କଳି ମାମଲା ଏବେ ଭିନ୍ନ ମୋଡ଼ରେ ଯିବାକୁ ବସିଛି । ଅଭିନେତା ବାବୁସାନ୍-ତୃପ୍ତି-ପ୍ରକୃତିଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ ଏବେ ଡ୍ରଗ୍ସ ଲିଙ୍କ ଆଡ଼କୁ ଗତି କରିବାରେ ଲାଗିଛି । ରାସ୍ତାରେ ଉପରେ ତୃପ୍ତିଙ୍କ ମାଡ଼କୁ ନେଇ ପ୍ରକୃତିଙ୍କ ପିତାମାତା ଥାନାରେ ମାମଲା କରିଥିବା ବେଳେ ତୃପ୍ତି ମଧ୍ୟ ପଛରେ ନାହାନ୍ତି । ସେ ନିଜ ଶାଶୂ ଅପରାଜିତା ମହାନ୍ତିଙ୍କୁ ନେଇ ପ୍ରକୃତିଙ୍କ ନାଁରେ ଅଭିଯୋଗ କରିଛନ୍ତି । କିନ୍ତୁ ବାବୁସାନଙ୍କୁ ଏବେ ପତ୍ନୀ କି ବାନ୍ଧବୀଙ୍କୁ ନେଇ ଚିନ୍ତିତ ନାହାନ୍ତି, ବରଂ ଡ୍ରଗ୍ସ ଲିଙ୍କକୁ ନେଇ ଚିନ୍ତିତ ଅଛନ୍ତି । କାରଣ ପ୍ରକୃତି ମିଶ୍ର ବାବୁସାନଙ୍କୁ ଡ୍ରଗ୍ସ, ମଦ, ଗଞ୍ଜେଇ ଆଦି ଦେଉଥିବା ତାଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି ।

ଏହାରି ମଧ୍ୟରେ ଆଜି ଅପରାହ୍ନରେ ବାବୁସାନ ଥାନାରେ ହାଜର ନେଇ ସୂଚନା ରହିଛି । ଗତକାଲି ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ପହଞ୍ଚିଥିଲେ । ଘରକୁ ଆସିବା ପରେ ପୋଲିସଙ୍କ ନିକଟରେ ନିଜ ବୟାନ ରଖିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବାବୁସାନ ପୋଲିସ ଥାନା ଯାଇ ନଥିଲେ କିମ୍ବା ପୋଲିସ ମଧ୍ୟ ତାଙ୍କ ଘରକୁ ଆସିନଥିଲେ ।

ବର୍ତ୍ତମାନ ଘରେ ନୁହେଁ ଥାନାରେ ବାବୁସାନ ମହାନ୍ତିଙ୍କ ବୟାନ ରେକର୍ଡ଼ ହେବ । ଜେରା ସମୟରେ ଦୁଇଟି ଦିଗକୁ ଗୁରୁତ୍ୱ ଦିଆଯିବ । ବାବୁସାନ ଓ ପ୍ରକୃତି ଭିତରେ ଏପରି କଣ ଘଟିଛି ଯାହାକୁ ନେଇ ତୃପ୍ତି ଏପରି ବ୍ୟବହାର କରିଥିଲେ । ତାକୁ ନେଇ ପଚରାଉଚରା କରିବ ପୋଲିସ । ଆହୁରି ମଧ୍ୟ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ବାବୁସାନଙ୍କୁ ଜେରା ହୋଇପାରେ ବୋଲି ଖବର ପ୍ରକାଶ ପାଇଛି ।

ଅନ୍ୟପଟେ ପ୍ରକୃତି ଓ ତୃପ୍ତିଙ୍କ ବୟାନକୁ ଭିତ୍ତି କରି ପୋଲିସ ବାବୁସାନଙ୍କୁ ପଚାର ଉଚରା କରିବ । ପ୍ରକୃତି ମିଶ୍ର ଭୁବନେଶ୍ୱର ଫେରିବା ଦିନ ହିଁ ପୋଲିସ ତାଙ୍କ ଘରକୁ ଯାଇ ଘଣ୍ଟାଏ କାଳ ଜେରା କରିଥିଲା ଓ ପରେ ସିଆର୍ପିସି ୪୧ରେ ନୋଟିସ ଦେଇ ଛାଡ଼ିଥିଲା । ପୂର୍ବରୁ ଏହି ମାମଲାରେ ଆଠ ଜଣଙ୍କର ବୟାନ ରେକର୍ଡ଼ କରିସାରିଛି ପୋଲିସ ।

Get real time updates directly on you device, subscribe now.