fbpx

୧୦୪ ନମ୍ବର କୁ କଲ କରି କହୁଛନ୍ତି I LOVE U

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): କରୋନା ମହାମାରୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟଗତ ସୂଚନା ଦେବାକୁ ସରକାର ଜାରୀ କରିଛନ୍ତି ହେଲ୍ପ ଲାଇନ ନମ୍ବର । ତାଛଡା ବାହାରୁ ରାଜ୍ୟକୁ ଆସିଥିବା ଲୋକେ ବି ୧୦୪ ନମ୍ବରକୁ କଲ୍ କରି ନିଜକୁ ପଂଜୀକରଣ କରିପାରିବେ ।ହେଲେ କିଛି ଲୋକ ଏହାର ମଜା ନେବାରେ ପଛଘୁଚା ଦେଉନାହାନ୍ତି । ନିଜ ମନୋରଂଜନ ପାଇଁ କଲ କରି ଅଜବ ଗଜବ କଥା କହୁଛନ୍ତି । କିଏ କଲ୍ ରିସିଭ କରୁଥିବା ଯୁବତୀଙ୍କୁ ତାଙ୍କ ନାଁ ପଚାରୁଛି ତ ଆଉ କିଏ ସବୁ ବନ୍ଧବାଡ ଭୁଲି କହୁଛି ଆଇ ଲଭ୍ ୟୁ । ଆଉ କିଏ କହୁଛି ମୋର ଅସୁବିଧା ହୋଇଛି । ଡାଲି ଛୁଙ୍କ କଲା ବେଳକୁ ଛିଙ୍କ ହେଲା ,ସିଂଘାଣି ବାହାରିଲା । ଏମିତି ଥଟାମଜା କଲାବେଳେ ଲେକେ ଭୁଲିଯାଉଛନ୍ତି ଯେ କଲ କରିବା ମାତ୍ରେ ହିଁ ତାଙ୍କ ଲୋକେସନ ,ନମ୍ବର ଉଭୟ ଟ୍ରେସ ହେଇଯାଉଛି । ହେଲେ ସେଥିପ୍ରତି କି କାର୍ଯ୍ୟାନୁଷ୍ଠାନ ପ୍ରତି ସତେକି କାହାର ଭୟ ନାହିଁ ।

Get real time updates directly on you device, subscribe now.