fbpx

ସାରା ବିଶ୍ୱ କରୋନାରେ ଚିନ୍ତିତ ଥିବା ବେଳେ ସବୁଠାରୁ ବଡ ଫୁଟବଲ ଷ୍ଟାଡିୟମ ପ୍ରସ୍ତୁତିରେ ଲାଗିଛି ଚୀନ୍

ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନା ଭାଇରସ ଯୁଦ୍ଧରେ ଲଢେଇ କରୁଥିବା ବେଳେ ଚୀନ୍ ଏକ ନୂଆ ପ୍ରୋଜେକ୍ଟ ପ୍ରସ୍ତୁତିରେ ଲାଗିପଡିଛି । ବିଶ୍ୱର ସବୁଠାରୁ ବଡ ଫୁଟବଲ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛି ଚୀନ୍ । ଏହି ଷ୍ଟାଡୟମଟି ପଦ୍ମ ଆକାରରେ ପ୍ରସ୍ତୁତ ହେଉଛି । ଷ୍ଟାଡିୟମଟିକୁ ପ୍ରୋଫେସନାଲ କ୍ଲବ ଗଂଙ୍ଗଇ ଏହି ଷ୍ଟାଡିୟମର ନିର୍ମାଣ ଭାର ନେଇଛନ୍ତି । ୧୩ ହଜାର କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଷ୍ଟାଡିୟମରେ ୧ ଲକ୍ଷ ଲୋକ ଏକାଥରେ ବସିବାର ବ୍ୟବସ୍ଥା ହୋଇଛି ।

ତେବେ ୨୦୨୨ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାର ଅନୁମାନ କରାଯାଉଛି । ଏଥିରେ ୧୬ଟି ଭିଭିଆଇପି ପ୍ରାଇଭେଟ୍ ରୁମ ସମେତ ୧୫୨ଟି ଭିଆଇପି ରୁମ୍ ରହିଛି ।

Get real time updates directly on you device, subscribe now.