fbpx

ଭୁବନେଶ୍ୱରରୁ ୧,୦୪୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୧,୦୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୯୪୧ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୬୮ ହଜାର ୯୯୭ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୫୫ ହଜାର ୮୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୧୨,୮୫୨ ଜଣ ଚିକିତ୍ସିତ ହେଉଥିବା ବେଳେ ୩୧୪ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.