fbpx

ଆଗ୍ନେୟ ଉଦଗୀରଣ ଭିତରୁ ଝାମ୍ପ ଦେଲେ ଭାରତୀୟ ସେନା… ପଢ଼ନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ମାନବିକତା ପାଇଁ ସର୍ବଦା ଅଦ୍ୟମ ସାହସ ପ୍ରଦର୍ଶନ କରିଆସିଛନ୍ତି ଭାରତୀୟ ସେନା । କୌଣସି ପରିସ୍ଥିତିରେ ଭୟ କରିବା ଭାରତୀୟ ସେନାର ଇତିହାସରେ ନାହିଁ । ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ବଞ୍ଚାଇବା ପାଇଁ ଭାରତୀୟ ଯବାନମାନେ ସବୁ ବେଳେ ଆଗରେ ରହିଥାନ୍ତି । ଠିକ୍ ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ।

ସୂଚନା ଅନୁସାରେ କଙ୍ଗୋର ଗୋମା ସହର ନିକଟ ଏକ ସ୍ଥାନରେ ଶନିବାର ହଠାତ୍ ଲାଭା ଉଦଗୀରଣ ହୋଇଥିଲା । ଫଳରେ ସମ୍ପୂର୍ଣ୍ଣ ଆକାଶ ଲାଲ୍ ରଙ୍ଗରେ ପରିଣତ ହୋଇଯାଇଥିଲା । ହୁ ହୁ ହୋଇ ବଢ଼ି ଚାଲିଥିଲା ଜ୍ୱାଳାମୁଖୀ । ଏପରିକି ଲାଭା ବୋହି ଆସିଥିଲା ସଡ଼କପଥକୁ । ଆଖପାଖ ଅଞ୍ଚଳରେ ହାହାକାର ସ୍ୱର ଅଥୟ କରିପକାଉଥିଲା । ଏଭଳି ସ୍ଥିତିରେ ସହରର ଲୋକେ ଘରୁ ବାହାରି ଜୀବନ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ । ତେବେ ଏଭଳି ମହାବିପତ୍ତି କାଳରେ ମିଳିତ ଜାତି ସଂଘର ଶାନ୍ତିରକ୍ଷା ମିଶନରେ ସାମିଲ୍ ରହିଥିବା ଭାରତୀୟ ଯବାନମାନେ ଗୋମା ସହରର ନାଗରିକଙ୍କୁ ତୁରନ୍ତ ଉଦ୍ଧାର କରିବାରେ ଲାଗିପଡ଼ିଥିଲେ । ଏଥିରେ ସେମାନେ ସଫଳ ମଧ୍ୟ ହୋଇଛନ୍ତି । ଖାଲି ନାଗରିକ ନୁହେଁ, ମିଳିତ ଜାତିସଂଘର ଅନ୍ୟ କର୍ମକର୍ତ୍ତାଙ୍କୁ ମଧ୍ୟ ଉଦ୍ଧାର କରିଥିଲେ ଭାରତୀୟ ଯବାନ ।

Indian Army in Kongo #OdishaBhaskar

ଗୋମା ସହର ନିକଟରେ ସକ୍ରିୟ ଥିବା ଲାଭାକ୍ଷେତ୍ର ମାଉଣ୍ଟ୍ ନ୍ୟାରାଙ୍ଗୋଗୋରୁ ହଠାତ୍ ମେ ୨୨ ତାରିଖ ପ୍ରାୟ ସନ୍ଧ୍ୟା ୬ଟା ୩୦ ମିନିଟରେ ଲାଭା ଉଦଗୀରଣ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗୋମା ସହରକୁ ଅନ୍ୟକ୍ଷେତ୍ରକୁ ସଂଯୋଗ କରୁଥିବା ରାଜରାସ୍ତା ଉପରେ ଲାଭା ପଡ଼ିରହିଛି । ତେବେ ଲାଭା ଉଦଗୀରଣ ଫଳରେ କେତେଜଣ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏପରିକି ସମ୍ପୃକ୍ତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ ଲାଭା ଉଦଗୀରଣ ନେଇ ସରକାରୀ ଭାବେ କୌଣସି ସତର୍କ ସୂଚନା ଦିଆଯାଇନଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ଲାଭା କ୍ଷେତ୍ରରୁ ୧୨ବର୍ଷ ପୂର୍ବେ ୨୦୦୨ରେ ଲାଭା ଉଦଗୀରଣ ହୋଇଥିଲା । ସେତେବେଳେ ସେଠାରେ ଶତାଧିକ ଲୋକଙ୍କ ପ୍ରାଣ ଚାଲିଯାଇଥିଲା । ଏପରିକି ବିମାନକ୍ଷେତ୍ରର ସମସ୍ତ ରନୱେରେ ଯାଇ ଲାଭା ପଡ଼ିଥିଲା । ସମ୍ପ୍ରତି ବର୍ତ୍ତମାନ ଲାଭା ଉଦଗୀରଣ ହେବା ପରେ ମିଳିତ ଜାତିସଂଘର ଶାନ୍ତିରକ୍ଷା ମିଶନ ପକ୍ଷରୁ ଉକ୍ତ ଅଞ୍ଚଳର ଫଟୋ ଟ୍ୱିଟ୍ କରାଯାଇଛି । ସେମାନେ ବିମାନରୁ ସମ୍ପୃକ୍ତ ଅଞ୍ଚଳ ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି ।

Get real time updates directly on you device, subscribe now.