fbpx

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍; ୧୧ ଜଣ ଅସୁସ୍ଥ ,୩ ଗୁରୁତର

ପାରାଦୀପ (ଓଡ଼ିଶା ଭାସ୍କର): ପାରାଦୀପ ଲକ ଥାନା ଅନ୍ତର୍ଗତ ପାରାଦୀପଗଡ଼ର ଶିଳ୍ପାଞ୍ଚଳରେ ଥିବା ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ନାମକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ହଠାତ୍ ଆମୋନିଆ ଗ୍ୟାସ ଲିକ୍ ହେବାରୁ ୧୧ ଜଣ ଅସୁସ୍ଥ ହୋଇପଡିଥିବା ବେଳେ  ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି। ବିଷାକ୍ତ ଗ୍ୟାସ୍ ଯୋଗୁ ଅଣନିଶ୍ବାସ ହେଇଯାଇଥିଲେ। ଗ୍ୟାସ୍ ଲିକ୍‌ର ସୂଚନା ମିଳିବା ପରେ ତୁରନ୍ତ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଅଠରବାଙ୍କୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଓ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ସୂଚନା ଯୋଗ୍ୟ ଯେ, ଆଜି ପୂର୍ବାହ୍ନ ୧୧ଟା ୧୫ ବେଳକୁ ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ନାମକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କୌଣସି କାରଣରୁ ହଠାତ୍ ବିଷାକ୍ତ ଆମୋନିଆ ଗ୍ୟାସ ଲିକ ହୋଇଥିବା ନେଇ ଜଣାପଡିଥିଲା। ଏପରିକି ପାଖରେ କାମ କରୁଥିବା କର୍ମଚାରୀ ମାନେ ଏଣେ ତେଣେ ଦୌଡ଼ି ପଳାଇବା ଦେଖିବାକୁ ମିଳିଥିଲା। ହେଲେ ପାଖରେ ଥିବା ୩ ମହିଳା ଗ୍ୟାସ ଦ୍ୱାରା ଅସୁସ୍ଥ ହୋଇପଡିଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହୟତାରେ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ କାର୍ ଯୋଗେ ଅଠରବାଙ୍କୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଅଭାନୀୟ ଘଟଣା ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

Get real time updates directly on you device, subscribe now.