fbpx

+୨ ପରୀକ୍ଷା ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ?

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ପ୍ରଭାବ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ବିଶେଷ କରି ଆର୍ଥିକ କ୍ଷେତ୍ର ଓ ଶିକ୍ଷାକ୍ଷେତ୍ରରେ ଏହାର ଅଧିକ ପ୍ରଭାବ ପଡୁଛି । ଏହାରି ମଧ୍ୟରେ +୨ ପରୀକ୍ଷା ନେଇ ବସିଥିବା ବୈଠକ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ୨ଟି ପ୍ରସ୍ତାବ ଦେଇଛନ୍ତି । ସ୍ଥିତି ସ୍ୱାଭାବିକ ପରେ ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଛି କେନ୍ଦ୍ର । ଏହା ସହ ପରୀକ୍ଷା ସଂକ୍ଷିପ୍ତ ଆକାରରେ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଉପରେ ବିଚାର ବିମର୍ଶ କରି ରାଜ୍ୟର ମତ କେନ୍ଦ୍ରକୁ ଜଣାଇବୁ । ଘନେଇଥିବା ବାତ୍ୟା ‘ୟଶ’ ଟଳିଲେ କେନ୍ଦ୍ରର ପ୍ରସ୍ତାବ ଉପରେ ତର୍ଜମା କରି ମତ ଜଣାଇବୁ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ +୨ ପରୀକ୍ଷା ନେଇ ବୈଠକ ବସିଥିଲା । ବୈଠକ ପରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଥିଲେ ଯେ, ‘ସମସ୍ତ ରାଜ୍ୟକୁ +୨ ପରୀକ୍ଷା ନେଇ ମତାମତ ମଗାଯାଇଛି । ୨୫ ସୁଦ୍ଧା ମତାମତ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ରାଜ୍ୟମାନଙ୍କ ମତାମତକୁ ତର୍ଜମା କରି ପରୀକ୍ଷା ନିଷ୍ପତ୍ତି ନିଆଯିବ ।’

Get real time updates directly on you device, subscribe now.