ବିଷାକ୍ତ ପ୍ରସାଦ ଖାଇ ୧୦୭ ଡାକ୍ତରଖାନାରେ ଭର୍ତ୍ତି

ଅମରାବତୀ: ତାମିଲନାଡୁ ଭିରୁଦ୍ଧୁନଗର ଜିଲ୍ଲାସ୍ଥିତ ଏକ ମନ୍ଦିରରେ ଘଟିଯାଇଛି ବଡ଼ ଅଘଟଣ । ମନ୍ଦିର ପ୍ରସାଦ ଖାଇ ୧୦୭ ଭକ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କାରୁପନ୍ନାକାମି ମନ୍ଦିରରେ ପ୍ରଭୁଙ୍କ ପ୍ରସାଦ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ଭକ୍ତ । ଜୁନ୍୬ ତାରିଖରୁ ମନ୍ଦିରରେ ସ୍ୱତନ୍ତ୍ର ପୂଜା ଚାଲିଥିଲା । ପୂୂଜା ନେଇ ଭକ୍ତଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା ।

ପରମ୍ପରା ଅନୁସାରେ ମନ୍ଦିରରେ ବ୍ୟାପକ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ସେ ପ୍ରସାଦ ଖାଇ କିନ୍ତୁ ଜଣଙ୍କ ପରେ ଜଣେ ଭକ୍ତ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଲାଗିଲେ । ବର୍ତ୍ତମାନ ୧୦୭ ଭକ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ୧୧ ଜଣ ଛୋଟ ପିଲା ଅଛନ୍ତି ।