fbpx

ମାଟ୍ରିକ ପରୀକ୍ଷା, କପି ହେବା ପରେ ୧୧ଟି କେନ୍ଦ୍ରରେ ୧୪୪ ଧାରା

କାମାକ୍ଷନଗର, ୨୪ା୨(ଓଡ଼ିଶା ଭାସ୍କର): ଗତ ୨୨ ତାରିଖରେ କମାକ୍ଷନଗରର ବିରିବୋଲେଇ ପରୀକ୍ଷା କେନ୍ଦ୍ରରେ କପି ହୋଇଥିଲା । ଏହାସହ ଗଡ଼ପଳାସୁଣୀ କେନ୍ଦ୍ରରେ ମଧ୍ୟ କପିକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଆଜିର ପରୀକ୍ଷା ସୁରୁଖୁରୁରେ ସମ୍ପର୍ଣ୍ଣ ହେବା ନେଇ ସେହି ଦୁଇଟି ପରୀକ୍ଷା କେନ୍ଦ୍ରରେ ବିଭାଗ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଏହାସହ କାମାକ୍ଷନଗରର ୪ଟି ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଲାଗୁ କରାଯାଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଗତ ୧୯ତାରିଖରୁ ଆରମ୍ଭ ହୋଇଛି । ଏଥର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୫ଲକ୍ଷ ୬୦ହଜାର ୯୦୫ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୨୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି । ପ୍ରଥମ ଦିନ ସାହିତ୍ୟ ଥିବା ବେଳେ ଦ୍ୱିତୀୟ ଦିନ ଇଂରାଜୀ ଏବଂ ଆଜି ତୃତୀୟ ଦିନରେ ହିନ୍ଦୀ ଭାଷା ଉପରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ ।

Get real time updates directly on you device, subscribe now.