fbpx
BSKY
BJD MC SKY
BJD YOUTH SKY

ରାଜ୍ୟରେ ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ୧୧ ସହର

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ତାତୁଛି ଓଡିଶା । ଆଜି ୪୦ ଡିଗ୍ରୀ ଉପରେ ରହିଛି ୧୧ଟି ସହରର ତାପମାତ୍ରା । ୪୧.୫ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ସମ୍ବଲପୁର । ଏହା ସହ ସୁନ୍ଦରଗଡ, ଟିଟିଲାଗଡ ଓ ସୋନପୁରର ତାପମାତ୍ରା ୪୧ ଡିଗ୍ରୀ ଲେଖାଏଁ ରହିଛି । ସେହିପରି ବୌଦ୍ଧରେ ୪୦.୮, ଅନୁଗୁଳରେ ୪୦.୭, ଭବାନୀପାଟଣା ଓ ବଲାଙ୍ଗିରରେ ୪୦.୨ ଡିଗ୍ରୀ, ହୀରାକୁଦରେ ୪୦.୧, ମାଲକାନଗିରି ଓ ନୟାଗଡରେ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୮.୬ ଓ କଟକରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ୨୧ ତାରିଖ ସକାଳ ୮ଟା ୩୦ ଯାଏ କାଳବୈଶାଖୀ ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.