fbpx

ନାଗାଲାଣ୍ଡରେ ସୁରକ୍ଷାବଳଙ୍କ ଫାୟାରିଂ,୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀ ଦେଲେ ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାଗାଲାଣ୍ଡରେ ସୁରକ୍ଷାବଳଙ୍କ ଫାୟାରିଂ ଘଟଣାରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି ଓ ଦୁଇ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଏବେ ସବୁଆହେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ । ଏଥିସହିତ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏବେ ସୁଦ୍ଧା ଜଣାପଡ଼ିନାହିଁ ସୁରକ୍ଷାବଳ କାହିଁକି ଓ କେଉଁ ପରିସ୍ଥିତିରେ ଫାୟାରିଂ କରିଥିଲେ । ନାଗାଲାଣ୍ଡର ସ୍ଥାନୀୟ ମିଡିଆର ସୂଚନା ମୁତାବକ, ସୁରକ୍ଷାବଳ ମାନେ ଉଗ୍ରବାଦୀଙ୍କ ବିରୋଧରେ ଅପରେସନ୍ କରିବା ସମୟରେ ଏହି ଫାୟାରିଂ କରିଛନ୍ତି ।

ଆସାମ ରାଇଫଲ୍ସର ଅଧିକାରୀ କହିଛନ୍ତି ଯେ ମାଓବାଦୀଙ୍କ ସମ୍ଭାବ୍ୟ ଆନ୍ଦୋଳନର ବିଶ୍ୱସନୀୟ ଗୁପ୍ତ ତଥ୍ୟ ଉପରେ ଆଧାର କରି ନାଗାଲାଣ୍ଡର ସୋରୁ ଜିଲ୍ଲାର ତିରୁରେ ଏକ ସ୍ୱତନ୍ତ୍ର ଅପରେସନ୍ ଯୋଜନା କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଅପରେସନରେ ସୁରକ୍ଷା ବାହିନୀ ଗୁରୁତର ଆହତ ହୋଇଛନ୍ତି।

ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏଥିସହିତ ପୀଡ଼ିତ ପରିବାରଙ୍କ ପାଇଁ ସମ୍ବେଦନତା ପ୍ରକଟ କରିଛନ୍ତି ଓ ଆହତ ମାନେ ଶୀଘ୍ର ସୁସ୍ଥ ହୋଇଯିବା ନେଇ କାମନା କରିଛନ୍ତି । ଏହି ମାମଲାର ଏସଆଇଟି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.