fbpx

ପୋଲିସକୁ ବଡ଼ ସଫଳତା: ବାଲେଶ୍ୱରରୁ ୧୧ କୋଟିର ବ୍ରାଉନସୁଗାର ଜବତ

ବାଲେଶ୍ୱର: ରାଜ୍ୟରେ ବ୍ରାଉନସୁଗାର କାରଗାର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁଣି ୧୦ କିଲେ ୬୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ବାଲେଶ୍ୱର ଫୁଲାଡି ଅଞ୍ଚଳରୁ ଏସବୁ ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ମଧ୍ୟପ୍ରଦେଶର ଜଣେ କିଙ୍ଗପିନ୍ ସମେତ ୬ ଜଣ ଗିରଫ ହୋଇଛନ୍ତି । ସେମାନେ ଏହି ବ୍ରାଉନସୁଗାରକୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ଯୋଜନା କରୁଥିବା ପୋଲିସ ସୂଚନା ଦେଇଛି । ଏନେଇ ପ୍ରେସମିଟରେ ପୂର୍ବାଞ୍ଚଳ ଆଇଜି ଓ ଏସପି ସୂଚନା ଦେଇଛନ୍ତି ।

ନିକଟରେ ଖୋର୍ଦ୍ଧା ପୋଲିସର ଚଢ଼ଉରେ ଠେଙ୍ଗାହାଟରୁ ୫୦ ଗ୍ରାମ ବ୍ରାଉନସୁଗାର ସହ ମହିଳା ମାଫିଆ ଭଉଣୀ ଦ୍ୱୟଙ୍କ ସହ ୬ ଗିରଫ ହୋଇଥିଲେ। ଘରୁ ବିପୁଳ ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ ହୋଇଥିଲା। ଏହାର ଦୁଇଦିନ ପରେ ଅବକାରୀ ଚଢ଼ଉରେ ଖୋର୍ଦ୍ଧା ଟାଉନରୁ ଆଉଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଥିଲେ । ଚଢ଼ଉରେ ଏକ ଘରୋଇ କଲେଜ ନିକଟରୁ ପ୍ରଶାନ୍ତ କୁମାର ସାହୁ (୨୨)କୁ ଗିରଫ କରାଯିବା ସହ ତା ନିକଟରୁ ୮୬ ଗ୍ରାମ ବ୍ରାଉନସୁଗାର ଓ ଏକ ବଜାଜ ମୋଟରସାଇକଲ (ଓଡି୦୨ବିପି ୦୯୨୨)ଜବତ ହୋଇଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮ଲକ୍ଷ ୬୦ହଜାର ଟଙ୍କା ହେବ। ପ୍ରଶାନ୍ତ ବିରୋଧରେ ବେଆଇନ ନିଶା କାରବାର ଆଇନରେ ୮୬/୨୦୨୨-୨୩ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.