fbpx

ରାଜ୍ୟରେ ୧୧ ଜୀବନ ନେଲା କରୋନା

ଭୁବନେଶ୍ୱର,୧୬ ।୯ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ପୁରୀ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାରୁ ୨, କଳାହାଣ୍ଡି, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.