fbpx
BJD SKY
BJD SKY

ଆତଙ୍କବାଦ ଲିଙ୍କ ଓ ଦେଶଦ୍ରୋହ ମାମଲାରେ ୧୧ ସରକାରୀ କର୍ମଚାରୀ ବିଦା

BJD

ଶ୍ରୀନଗର: ଆତଙ୍କବାଦୀ ଲିଙ୍ଗ ଯୋଗୁଁ ୧୧ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଆତଙ୍କବାଦୀ ଗତିବିଧି ସହ ଜଡିତ ସରକାରୀ କର୍ମଚାରଙ୍କୁ ବରଖାସ୍ତ କରିଛନ୍ତି । ବରଖାସ୍ତ କର୍ମଚାରୀଙ୍କ ମଧ୍ୟରେ ଆତଙ୍କୀ ସଙ୍ଗଠନର ମୁଖିଆ ସୟଦ ସଲ୍ଲାଉଦ୍ଦିନର ପୁଅ ସାମିଲ ଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଆତଙ୍କବାଦୀଙ୍କ ଗତିବିଧିରେ ସାମିଲ ରହିଥିବା ଓ ହିଜବୁଲ ମୁଜାହିଧୀନର ମୁଖ୍ୟ ସୟଦ ସଲ୍ଲାଉଦ୍ଦିନର ୨ ପୁଅ ସରକାରୀ ଚାକିରି କରୁଥିଲେ । ସରକାର ଏହି ଲୋକଙ୍କ ଉପରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଓ ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଉଥିବା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ୧୧ ଜଣଙ୍କୁ ସରକାରର ଚାକିରିରୁ ବରଖାସ୍ତ କରାଯାଇଛି ।

ଏହା ବ୍ୟତିତ ବରଖାସ୍ତ ୧୧ ଜଣଙ୍କ ମଧ୍ୟରେ ଶିକ୍ଷା ବିଭାଗର ୪ ଓ ପୋଲିସ ବିଭାଗର ୨ ଜଣ କର୍ମଚାରୀ ସାମିଲ ଅଛନ୍ତି । କୃଷି ଓ ଦକ୍ଷତା ବିକାଶ ବିଭାଗର ଜଣେ ଲେଖାଏଁ କର୍ମଚାରୀ ଚାକିରି ହରାଇଛନ୍ତି । ସେହୀପରି ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗର ବି ଜଣେ ଲେଖାଏଁ କର୍ମଚାରୀ ବିଦା ହୋଇଛନ୍ତି ।

Get real time updates directly on you device, subscribe now.