fbpx

ପରିବାର ପିଛା ସରକାରୀ ଚାକିରି; ଜାଣନ୍ତୁ ଖବର ପଛର ସତ୍ୟତା

ନୂଆଦିଲ୍ଳୀ: କରୋନା ସମୟରେ ଲକ୍ଷାଧିକ ଲୋକ ନିଜର ରୋଜଗାର ହରାଇଛନ୍ତି । ଏହାର ସୁଯୋଗ ନେଇ ଏକାଧିକ ନକଲି ୱେବସାଇଟ ସକ୍ରିୟ ହୋଇଛନ୍ତି । ଏହା ସହିତ କିଛି ଅସାଧିୁ ବ୍ୟକ୍ତି ରାଜ୍ୟ ସରକାରଙ୍କ ଯୋଜନା ତ କେହି କେନ୍ଦ୍ର ସରକାରଙ୍କ ଯୋଜନା ଆଡରେ ସାଧାରଣ ଲୋକଙ୍କୁ ଲୁଟିବାକୁ ଚାହୁଁଛନ୍ତି । ସୋସିଆଲ ମିଡିଆରେ ଏଭଳି ଯୋଜନା ସମ୍ପର୍କରେ ବେଶ କିଛି କଥା ପ୍ରସାର କରାଯାଉଛି । ଯାହା ଭାଇରାଲ ହେବା ସହିତ ସାଧାରଣ ଲୋକଙ୍କ ପାଇଁ ବିଶ୍ୱାସଯୋଗ୍ୟ ମଧ୍ୟ ରହିଥାଏ ।

ଏହିପରି ଏକ ଖବର ନିକଟରେ ସାମ୍ନାକୁ ଆସିଥିଲା । ଏକ ୟୁଟ୍ୟୁବ୍ ଚ୍ୟାନେଲ ପକ୍ଷରୁ ଦିଆଯାଇଥିବା ଭିଡିଓରେ କେନ୍ଦ୍ର ସରକାର ପରିବାର ପିଛା ଗୋଟିଏ ଲେଖାଏଁ ଚାକିରି ଦେଉଥିବା ନେଇ କୁହାଯାଇଥିଲା । ଏକ ପରିବାର ଏକ ନୌକରୀ ଯୋଜନା-୨୦୨୦ ଅଧୀନରେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ଚ୍ୟାନେଲ ପକ୍ଷରୁ ଦାବି କରାଯାଇଥିଲା । ତେବେ ପିଆଇବି ଫ୍ୟାକ୍ଟଚେକ୍ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଏମିତି କୌଣସି ଯୋଜନା ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇନାହିଁ । ସରକାର ଏମିତି କୌଣସି ଯୋଜନା କଲେ ତାହା ବିଭିନ୍ନ ଗଣମାଧ୍ୟମ ଏବଂ ସରକାରୀ ୱେବସାଇଟରେ ଉପଲବ୍ଧ ହେବ ବୋଲି ପିଆଇବି ସ୍ପଷ୍ଟ କରିଛି । ଏଭଳି ଠକ ମାନଙ୍କ ନିକଟରୁ ସାବଧାନ ରହିବା ପାଇଁ ପିଆଇବି ଟ୍ୱିଟ କରି ଚେତାଇ ଦେଇଛି ।

Get real time updates directly on you device, subscribe now.