fbpx
BJD SKY
BJD SKY

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୧୨୦ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୬୩୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି କଟକରୁ ସର୍ବାଧିକ ୫୯୫ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୪୨, ବାଲେଶ୍ୱରରୁ ୨୫୮, ଯାଜପୁରରୁ ୨୦୪, ମୟୂରଭଞ୍ଜରୁ ୧୯୩, ପୁରୀରୁ ୧୭୯, ଭଦ୍ରକରୁ ୧୪୪, ନୟାଗଡ଼ରୁ ୧୦୪, ଜଗତସିଂହପୁରରୁ ୮୭, କୋରାପୁଟରୁ ୭୭, କେନ୍ଦ୍ରାପଡ଼ାରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.