fbpx
BJD SKY
BJD SKY

ଅଯୋଧ୍ୟା: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ୧୧ ହଜାର VIP ଅତିଥି, ଦିଆଯିବ ଖାସ୍ ଉପହାର, ଫଟୋ ଦେଖନ୍ତୁ

BJD

ନୂଆଦିଲ୍ଲୀ: ଜାନୁଆରୀ ମାସ ୨୨ ତାରିଖରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ରାମ ମନ୍ଦିରର ଏହି ଭବ୍ୟ ଉଦଘାଟନୀ ଉତ୍ସବକୁ ଅବିସ୍ମରଣୀୟ କରିବା ପାଇଁ ବଡ଼ ଜୋରସୋରରେ ପ୍ରସ୍ତୁତି ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କ୍ରମାଗତ ଭାବେ ପ୍ରସ୍ତୁତି ଜାରି ରଖିଥିବା ବେଳେ ରାମ ମନ୍ଦିରର ଏହି ମହାଯଜ୍ଞରେ ଦେଶର ପ୍ରତି ରାମ ଭକ୍ତ ନିଜକୁ ସମର୍ପିତ କରୁଛି ।

ଆସନ୍ତା ୨୨ ତାରିଖରେ ବହୁ ସନ୍ଥ, ମହାତ୍ମା, ଜୈନ ଭକ୍ତମାନେ ଅଯୋଧ୍ୟା ପହଞ୍ଚିବେ । ଜାନୁଆରୀ ୧୨ ତାରିଖରୁ ଅତିଥିମାନଙ୍କର ଅଯୋଧ୍ୟାକୁ ଯାତ୍ରା ଆରମ୍ଭ ହୋଇଯିବ । ରାମ ନଗରୀରେ ୧୧ ହଜାରରୁ ଅଧିକ ଭିଆଇପି ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଅଯୋଧ୍ୟାରେ ପହଞ୍ଚିବା ପରେ ରାମ ଭକ୍ତମାନଙ୍କୁ ସନାତନ ସେବା ଟ୍ରଷ୍ଟ ତରଫରୁ ରାମ ଜନ୍ମଭୂମି ସହ ଜଡ଼ିତ ସ୍ମୃତି ଚିହ୍ନ ପ୍ରଦାନ କରାଯିବ । ପ୍ରଭୁ ରାମଙ୍କ ସହ ଜଡ଼ିତ ଏହି ସ୍ମୃତି ଚିହ୍ନ ବେଶ୍ ଖାସ୍ ହେବ ବୋଲି କୁହାଯାଉଛି ।

ଅତିଥିମାନଙ୍କୁ ଦୁଇଟି ବାକ୍ସ ପ୍ରଦାନ କରାଯିବ । ସେଥିମଧ୍ୟରୁ ଗୋଟିଏ ପ୍ରସାଦ-ଘିଅରେ ପ୍ରସ୍ତୁତ ବେସନ ଲଡଡୁ ଓ ପାରମ୍ପରିକ ଭଭୂତ ରହିବ । ଅନ୍ୟ ବାକ୍ସରେ ଭଗବାନଙ୍କ ରାମ ଜହ ଜଡ଼ିତ ବସ୍ତୁ ସାମିଲ କରାଯିବ । ମନ୍ଦିର ଗର୍ଭଗୃହର ମାଟି, ପ୍ୟାକେଟ ସରାୟୁ ଜଳ, ଏକ ପିତ୍ତଳ ଥାଳି ଓ ରାମ ମନ୍ଦିରର ଇତିହାସ ଓ ସଂଘର୍ଷର ପ୍ରତୀକ ଏକ ରୁପା ମୁଦ୍ରା ଆଦିକୁ ଏକ ବିଶେଷ ଭାବେ ପ୍ରସ୍ତୁତ ଜୁଟ ବ୍ୟାଗରେ ରଖାଯାଇଛି ।

ବହୁ ଦିନ ପୂର୍ବରୁ ସନାତନ ସେବା ଟ୍ରଷ୍ଟକୁ ଏହି ଦାୟିତ୍ୱ ଦିଆଯାଇଥିଲା । ଯେହେତୁ ୧୧ ହଜାରରୁ ଅଧିକ ବକ୍ସ ପ୍ରସ୍ତୁତି କରିବାର ଥିଲା, ତେଣୁ ଏହାର ପ୍ରସ୍ତୁତି ମାସାଧିକ ପୂର୍ବରୁ ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନରୁ ଏହି ଅର୍ଡର ଅଯୋଧ୍ୟାରେ ପହଞ୍ଚୁଥିବା ବେଳେ ଅତିଥିମାନେ ଅଯୋଧ୍ୟାରେ ପହଞ୍ଚିବା କ୍ଷଣି ସେମାନଙ୍କୁ ରାମଲାଲ ସ୍ମୃତି ଚିହ୍ନ ପ୍ରଦାନ କରାଯିବ । ଏହା ମାଧ୍ୟମରେ ଭକ୍ତମାନେ ରାମଲଲାଙ୍କର ଦର୍ଶନର ସୌଭାଗ୍ୟ ପ୍ରାପ୍ତ କରିବା ସହିତ ପ୍ରଭୁ ରାମଙ୍କ ସହ ଜଡ଼ିତ ଜିନିଷକୁ ନିଜ ପାଖେ ସ୍ମୃତି ଭାବେ ରଖି ପାରିବେ ।

Get real time updates directly on you device, subscribe now.