fbpx
BSKY SKY
BSKY SKY

Ro-Ko ଖେଳିବେନି ଟି-୨୦ ବିଶ୍ୱକପ? ଟିମ୍ ଇଣ୍ଡିଆ କୋଚଙ୍କର ବଡ଼ ବୟାନ

BSKY

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ତା’ର ପରବର୍ତ୍ତୀ ସିରିଜ୍ ଆଫଗାନିସ୍ତାନ ସହ ଖେଳିବ । ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଜାନୁଆରୀ ମାସ ୧୧ ତାରିଖରୁ ଆରମ୍ଭ ହେବ । ମାତ୍ର ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଦଳର ଦୁଇ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଆଗାମୀ ଟି-୨୦ ବିଶ୍ୱକପ ଖେଳିବା ନେଇ ନିକଟରେ ଇଚ୍ଛା ପ୍ରକାଶ କରିବା ପରେ ସେମାନଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରାଯାଇଥିଲା ।

ମାତ୍ର ଏହା ମଧ୍ୟରେ ଏହି ଦୁଇ ଖେଳାଳି ଟି-୨୦ ବିଶ୍ୱକପ ଖେଳିବା ନ ଖେଳିବା ନେଇ ଆସିଛି ଏକ ବଡ଼ ଖବର । ରୋହିତ-କୋହଲି (ରୋ-କୋ) ବିଶ୍ୱକପରେ ଖେଳିବା ନେଇ କିଛିଦିନ ତଳେ ଚର୍ଚ୍ଚା ହେବା ପରେ ଫ୍ୟାନ୍ସ ଖୁସିରେ ଝୁମି ଉଠିଥିବା ବେଳେ ଏବେ ପୁଣି ସେମାନଙ୍କର ଚିନ୍ତା ବଢ଼ିଯାଇଛି । ଆଫଗାନିସ୍ତାନ ସିରିଜ ପରେ ଭାରତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ।

ତା’ପରେ ଭାରତୀୟ ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଖେଳିବେ । ତା’ପରେ ଭାରତୀୟ ଟିମ୍ ସିଧାସଳଖ ବିଶ୍ୱକପରେ ସାମିଲ ହେବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଆୟୋଜିତ ହେବ । ତେବେ ଆଗାମୀ ବିଶ୍ୱକପକୁ ନେଇ ଟିମ୍ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ଼ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ବିଶ୍ୱକପ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ସିରିଜ ଓ ଆଇପିଏଲ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଇପିଏଲରେ ପ୍ରଦର୍ଶନ ଆଧାରରେ ଟିମ୍ ଚୟନ କରାଯିବ । ଯଦି ରୋହତି ଓ କୋହଲି ଆଇପିଏଲରେ ଶାନଦାର ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ମଧ୍ୟ ବାହାର କରାଯାଇପାରେ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇଥିଲେ ଦ୍ରାବିଡ଼ । ଏଭଳି ସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ ଦଳର ଦାୟିତ୍ୱ ସମ୍ଭାଳି ପାରନ୍ତି । ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇପାରେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.