fbpx

ବଡ ଖବର: ରାଜ୍ୟର ୧୭ଟି ଜିଲ୍ଲାରୁ ୧୧୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୦ ।୬(ଓଡିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ଭାଇରସ୍ । ଏହାକରି ମଧ୍ୟରେ ପୁଣି ଆଜି ନୂଆ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରାୟ ୧୭ଟି ଜିଲ୍ଲାରୁ ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୨୫୦କୁ ବୃଦ୍ଧି ପାଇଛି । ଜଗତସିଂହପୁରରେ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ରାୟଗଡା-୪, କଟକ-୨୦, ଝାରସୁଗୁଡା-୧, ଖୋର୍ଦ୍ଧା-୧୪, ନୟାଗଡ-୪, ବରଗଡ-୨, ଭଦ୍ରକ-୧, କଳାହାଣ୍ଡି-୪, ଗଜପତି-୧୧, ପୁରୀ-୭, ବଲାଙ୍ଗୀର-୧, କେନ୍ଦ୍ରାପଡା-୧, ମୟୂରଭଞ୍ଜ-୪, କୋରାପୁଟ-୧, କେନ୍ଦୁଝର-୧, ବୌଦ୍ଧରୁ ୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.