fbpx
BJD SKY
BJD SKY

ଘାଇଲା କରୁଛି କରୋନା: ୨୪ ଘଣ୍ଟାରେ ୯ ହଜାର ୯୮୫ ଆକ୍ରାନ୍ତ ଚିହ୍ନଟ,୨୭୯ ମୃତ

BJD

ନୂଆଦିଲ୍ଲୀ,୧୦ ।୬(ଓଡିଶା ଭାସ୍କର): ଦିନକୁ ଦିନ ଦେଶକୁ ଘାଇଲା କରିବାରେ ଲାଗିଛି କରୋନା । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି ପାଇଛି । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ ଥିବା ବେଳେ ୧ ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏହା ସହ ୧ ଲକ୍ଷ ୩୩ ହଜାର ୬୩୨ ଜଣ ଚିକିତ୍ସିତ ହେଉଛନ୍ତି ।

ତେବେ ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୯୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୯ ଜଣ ଏଥିରେ ପ୍ରାଣ ହରାଇ ସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୩୨୮୯, ଗୁଜରାଟରେ ୧୩୧୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୪୨୦, ଦିଲ୍ଲୀରେ ୯୦୫, ରାଜସ୍ଥାନରେ ୨୫୫ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.