fbpx

ଭାରତରେ ୧୧୪ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୭ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୪ହଜାର ଟପିଛି । ୪୪୨୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୨୬ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୩୯୮୧ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ୪୫ଜଣଙ୍କର ମୃତ୍ୟୁ ହୋଇସାରିଛି ।
ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୭୪ହଜାର ୬୮୬ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୪୬ହଜାର ୩୮୧ ଅଛନ୍ତି । ସୁସ୍ଥ ହୋଇ ୨ଲକ୍ଷ ୭୮ହଜାର ୫୩୪ଜଣ ଘରକୁ ଫେରିଛନ୍ତି । ଇଟାଲୀରେ ସର୍ବାଧିକ ୧୬ ହଜାର ୫୨୩ ଜଣଙ୍କ ମୃତ୍ୟୁ, ସ୍ପେନ୍‌ରେ ୧୩ ହଜାର ୩୪୧, USAରେ ୧୦୮୭୧, ଫ୍ରାନ୍ସ ୮୯୧୧, ଇରାନ୍‌ ୩୭୩୯, ଚୀନ୍‌ରେ ୩୩୩୧ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.