fbpx

ଭାରତକୁ ଆମେରିକାର ଧମକ୍

ନୂଆଦିଲ୍ଲୀ, ୭ା୪: କରୋନା ନେଇ ଚାରିଆଡ଼େ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାରିମଧ୍ୟରେ ଭାରତକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ହାଇଡ୍ରୋକ୍ଲୋରାଇନ ଔଷଧ ନପଠାଇଲେ ଆମେରିକା ଭାରତ ଉପରେ ପ୍ରତିଶୋଧ ନେବ । ଗତ ୫ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏନେଇ କଥା ହୋଇଥିଲେ ଟ୍ରମ୍ପ । କିନ୍ତୁ ଅନ୍ୟପଟେ ହାଇଡ୍ରୋକ୍ଲୋରୋକୁଇନ ଔଷଧ ରପ୍ତାନୀରେ ପ୍ରତିବନ୍ଧ ଲଗାଇଛି ଭାରତ । ତେଣୁ ଆମେରିକା ଏଥି ପାଇଁ ଭାରତ ଉପରେ ପ୍ରତିଶୋଧ ନେବ ବୋଲି ଧମକ ଦେଇଛି ।

Get real time updates directly on you device, subscribe now.