fbpx

ଡବଲ୍ ରେଟରେ ମିଳୁଛି ମଦ,ସିଗରେଟ୍,ଗୁଟଖା: ଏବେ ତାଡି ,ବିଡି ଭରସା

କରେନା ପାଇଁ ସାରା ରାଜ୍ୟରେ ଲକ୍ ଉାଡନ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ଦୋକାନ ବନ୍ଦ । ଗତ ୨୩ ମାର୍ଚ୍ଚ ପରଠାରୁ ରାଜ୍ୟର ସମସ୍ତ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ ସିଲ୍ ।ସେହିପରି ପାନ ସିଗାରେଟ୍ ଦୋକାନ କେଉଁଠି କେଉଁଠି ଗଳି କନ୍ଦିରେ ପୋଲିସ୍ କୁ ଲୁଚିଛପି ଅଧା କବାଟ ବନ୍ଦ କରି ଖୋଲୁଛନ୍ତି । କିନ୍ତୁ ହୋଲସେଲ୍ ମାର୍କେଟରୁ ସପ୍ଳାଏ ବନ୍ଦ । ଏହା ଭିତରେ ୧୫ ଦିନ ବିତିଗଲାଣି । ଦୋକାନୀ ମାନେ ଷ୍ଟକ ରଖିଥିବା ସିଗାରେଟ୍ ,ଗୁଟଖା ସରିବାକୁ ବସିଲାଣି । କିନ୍ତୁ ଏହାକୁ ଅଭ୍ୟାସରେ ପରିଣତ କରିଥିବା ବ୍ୟକ୍ତିମାନେ ପୋଲିସ ମାଡକୁ ଭୃକ୍ଷେପ ନ କରି ଲୁଚିଛପି ଦୋକାନରେ ପଂହଚୁଛନ୍ତି । ଦୋକାନୀ ବି ଗୋଡ ଲମ୍ବାଉଛି । ୬ ଟଙ୍କାର ସିଗାରେଟ ୧୨ ଟଙ୍କା,୫ ଟଙ୍କାର ଗୁଟଖା ୧୦ ଟଙ୍କା । ଇଚ୍ଛା ହେଲେ ନିଅ ନହେଲେ ଆଗ ଦୋକାନ ଦେଖ ।ପ୍ରଥମେ ପ୍ରଥମେ ଲୋକେ ଚଢ଼ା ଦାମ ଦେଇ ନେଲେ । କିନ୍ତୁ ପରେ ବାଧିଲା ।

ତେଣୁ ସିଗାରେଟ ଜାଗାରେ ଏବେ ବିଡିରେ କାମ ଚଳୁଛି ।ସେହିପରି ଗୁଟଖା ର ବିକଳ୍ପ ହୋଇଛି ଖଇନି । ମଦ କଥା ତ ନକହିଲେ ଭଲ ।୧୪୦ ଟଙ୍କାର ନିବ୍ ଏବେ ୩୦୦ ଟଙ୍କା ।ସେଥିରେ ପୁଣି ବ୍ରାଣ୍ଡ କଥା ଭୁଲିଯାଆନ୍ତୁ । ସେହିପରି ଅନାମଧେୟ ବ୍ରାଣ୍ଡର ବିୟର ଗୋଟାକୁ ୨୦୦ ଟଙ୍କା ,ସେ ପୁଣି ଗରମ । ଚୋରା ମଦ ବେପାର କରୁଥିବା ଫକୀରାର କହିବା ଅନୁଯାୟୀ ଆମେ ଅଧିକରେ କିଣୁଛୁ ,ସେଥିରେ ପୁଣି ପୋଲିସ ଭୟ । ଡବଲ ନନେଲେ ଚଳିବୁ କେମିତି ।ପ୍ରଥମେ ଲୋକେ ଡବଲ ଦେଇ କିଣିଲେ । ଏବେ କାଠେଇ ଗଲେଣି ।ଏପରି ଅବସ୍ଥାରେ ଏବେ ଖଜୁରୀ ତାଡି,ହାଣ୍ଡିଆ ,ମହୁଲି ବେପାରୀଙ୍କ ଘରେ ବଡବଡିଆ ଆଣ୍ଟୁ ଭାଙ୍ଗି ଠିଆ ହେବାକୁ ବାଧ୍ୟ ।

 

Get real time updates directly on you device, subscribe now.