fbpx

ଖୁସି ଖବର: ଓଡ଼ିଶାରୁ ଆଜି ୧୧, ୫୫୧ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

Advertisement

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬,୩୫,୧୭୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୩୫ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୯, କଟକରୁ ୭୦୯, ସମ୍ବଲପୁର ୬୯୬, ଯାଜପୁର ୬୯୫, କଳାହାଣ୍ଡିରୁ ୫୯୫, ଅନୁଗୁଳରୁ ୫୮୮, ମୟୂରଭଞ୍ଜରୁ ୪୯୫, ନବରଙ୍ଗପୁର ୪୦୫, ଗଞ୍ଜାମରୁ ୩୬୮, ପୁରୀ ୩୫୪, ଭଦ୍ରକ ୩୪୯, କୋରାପୁଟ ୩୨୧, ବରଗଡ଼ ୩୧୮, ଜଗତସିଂହପୁର ୩୦୬, ବଲାଙ୍ଗୀର ୨୮୮, କେଉଁଝର ୨୭୩, ବାଲେଶ୍ୱର ୨୬୯, ନାୟଗଡ଼ ୨୬୩, ଝାରସୁଗୁଡ଼ା ୨୬୨, ସୋନପୁର ୨୪୮, ରାୟଗଡ଼ା ୨୨୭, ବୌଦ୍ଧ ୨୧୨, କେନ୍ଦ୍ରାପଡ଼ା ୨୦୨, ନୂଆପଡ଼ା ୧୩୬, ଦେଓଗଡ଼ ୧୨୧, ମାଲକାନଗିରି ୧୦୭, ଢେଙ୍କାନାଳ ୯୧, ଗଜପତି ୮୫, କନ୍ଧମାଳ ୬୭ ଜଣ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ୍ ପୁଲ୍‌ରୁ ୨୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.