fbpx
BJD
BJD SKY
BJD SKY

ସ୍ୱତନ୍ତ୍ର ଡ୍ରାଇଭକୁ ବଡ ସଫଳତା: ୧୧ କୋଟିରୁ ଉର୍ଦ୍ଧ ଟଙ୍କାର ମଦ ଜବତ କଲା ଅବକାରୀ ବିଭାଗ

କଟକ (ଭାସ୍କର ନ୍ୟୁଜ୍‌): ରାଜ୍ୟର ସହରାଞ୍ଚଳ ଆଞ୍ଚଳିକ ପରିଷଦ ଓ ୩ଟି ମହାନଗର ନିଗମ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ପୂର୍ଣ୍ଣ ଭାବରେ କରାଇବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ଫେବୃୟାରୀ ୨୫ରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡ୍ରାଇଭ କରାଯାଇ ବିଭିନ୍ନ ସ୍ଥାନରେ ଚଡ଼ଉ କରାଯାଇଥିଲା । ଏହି ସ୍ୱତନ୍ତ୍ର ଡ୍ରାଇଭରେ ବିଭାଗ ପକ୍ଷରୁ ୩୮୯୫ଟି ଅବକାରି ମାମଲା କରାଯାଇଥିବାବେଳେ ୩୧୯୫ ଜଣଙ୍କୁ ଗିରଫ କରାଯାଇଛି । ୧ ଲକ୍ଷ ୧୨ ହଜାର ୨୬୩ ଲିଟର ଦେଶି ରନ୍ଧା ମଦ, ୯ ଲକ୍ଷ ୯ ହଜାର ୩୯୫ ଲିଟର ଦେଶି ମଦ ତିଆରି ସାମଗ୍ରୀ ଏହି ଚଢଉ ସମୟରେ ଜବତ କରାଯାଇଛି ।

ସେହିପରି ୨୯୧୬ କିଲୋ ଗଞ୍ଜେଇ,୧୦୩୪.୧୪ ଲିଟର ନକଲି ବିଦେଶୀ ମଦ, ୯୩୪୧.୦୮ ଲିଟର ଟାକ୍ସ ଦିଆଯାଇନଥିବା ବିଦେଶୀ ମଦ, ୫୨୭.୭ ଲିଟର ସ୍ପିରିଟ,୬୩୭.୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଛି । ଏଥିସହ ୨୫୩୨ ଲିଟର ବିଦେଶୀ ମଦ,୨୮୧୦ ଲିଟର ବିଅର, ୭୮୬.୬ ଲିଟର ଦେଶୀ ମଦ, ୨୭୦୫.୭ ଲିଟର ଦେଶୀ ମହୁଲି ଭାଟି ମଦ, ୨୭୨୩୨ଟି ଡୁପ୍ଲିକେଟ ଅବକାରୀ ଲେବଲ,୭୨୬୦ଟି ଡୁପ୍ଲିକେଟ କମ୍ପାନୀ ଲେବଲ ସମେତ ୧୪୪ଟି ଦୁଇ ଓ ଚାରିଚକିଆ ଯାନ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରିର ମୁଲ୍ୟ ୧୧.୦୬ କୋଟି ଟଙ୍କାର ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.