fbpx

ମାଛଧରାଳିଙ୍କ ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର, ଧୀବରଙ୍କୁ କାମୁଡ଼ି କଲା ରକ୍ତାକ୍ତ

ତିହିଡ଼ି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାଶ୍ୱର୍ରେ ଥିବା ଗେଙ୍ଗୁଟିର ଶାଖା ନଦୀରେ କିଛି ମାଛଧରଳି ଜାଲ ପକାଇ ମାଛ ଧରୁଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଜଣେ ମାଛଧରାଳିଙ୍କ ଜାଲରେ ଏକ କୁମ୍ଭୀର ପଡ଼ିଯାଇଥିଲା । ମାଛଧରାଳି ଜାଲରୁ ମାଛ ଧରିବା ବେଳେ କୁମ୍ଭୀରଟି ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା । ଫଳରେ ମାଛଧରାଳି ଜଣକ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବିକ, ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର ଗ୍ରାମର ଗଗନ ଦାସ (୬୨) ଓ ଅନ୍ୟ କେତେଜଣ ମାଛଧରାଳି ଗେଙ୍ଗୁଟୀର ଶାଖାନଦୀକୁ ମାଛ ଧରିବାକୁ ଯାଇଥିଲେ । ସେମାନେ ମାଛ ଧରୁଥିବା ବେଳେ ଗଗନଙ୍କ ଜାଲରେ କୁମ୍ଭୀରଟି ପଡ଼ିଯାଇଥିଲା । ଗଗନ ଏହା ଜାଣି ନପାରି ଜାଲରୁ ମାଛ ଧରୁଥିବା ବେଳେ କୁମ୍ଭୀରଟି ଗଗନଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା । ପରେ ଗଗନଙ୍କୁ ଗୁରୁରତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।ସେଠାରୁ ତାଙ୍କୁ ଚିକିିିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏସମ୍ପର୍କରେ ବନବିଭାଗକୁ ସୂଚନା ଦିଆଯାଇଥିଲା। ପରେ ଧାମନଗର ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଧୀର କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ କୁଶ ଚରଣ ସିଂଙ୍କ ତତ୍ତ୍ୱାବଧାନରେ ଫରେଷ୍ଟର ରାଜକିଶୋର ନାୟକ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଜାଲରୁ ଉଦ୍ଧାର କରି ବୈତରଣୀ ନଦୀର ଗଭୀର ଜଳରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.