fbpx

ଆଜି ପୌର ନିର୍ବାଚନ ରେଜଲ୍ଟ: ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ସିଲ୍ ଇଭିଏମ୍‌ରୁ ଖୋଲିବ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜି ପୌର ନିର୍ବାଚନ ହେବ ଗଣତି । ସିଲ୍ ଇଭିଏମ୍‌ରୁ ଖୋଲିବ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ।  ସକାଳ ୮ଟାରୁ ବାଲାଟ ପେପରୁ ଭୋଟ କାଉଣ୍ଟିଂ ଆରମ୍ଭ ହେବ। ଏଥିନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଶୃଙ୍ଖଳା ସୃଷ୍ଟି ହେବାରୁ କେବଳ ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାବେଳେ ସେଠାରେ ଭୋଟ୍‌ ଗଣତି ହେବ ନାହିଁ । ଅର୍ଥାତ୍‌ ୫୮ ଟି ଏନ୍‌ଏସି, ୪୭ ପୌରପରିଷଦ ଏବଂ ୩ଟି ମହାନଗର ନିଗମ ପାଇଁ ଭୋଟ୍‌ ଗଣତି କରାଯିବ । ପ୍ରତି ଏନ୍‌ଏସିର ଗଣତି କେନ୍ଦ୍ରରେ ୨ଟି ଟେବୁଲର ବ୍ୟବସ୍ଥା କରାଯାଇଥିବା ବେଳେ ମ୍ୟୁନିସିପାଲିଟି ପାଇଁ ୫ଟି ଓ ମହାନଗର ନିଗମ ପାଇଁ ୧୨ଟି ଟେବୁଲରେ ଗଣତି ନିମନ୍ତେ ବ୍ୟବସ୍ଥା କରାଯାଇଛି । କାଉନ୍‌ସିଲର୍‌ ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା କରାଯାଇଛି ସେତିକି ଟେବୁଲରେ ପୌରାଧ୍ୟକ୍ଷ ଓ ମେୟରଙ୍କ ପାଇଁ ଗଣତି କରାଯିବ । ପ୍ରତି ଗଣତି କେନ୍ଦ୍ର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସଗ୍ରହଣ କରାଯାଇଛି ।

ସେହିପରି ଗଣତି କେନ୍ଦ୍ର ଗୁଡ଼ିକରେ ସିସିଟିଭି ଲଗାଯିବା ସହ ଭିଡିଓ ଗ୍ରାଫିର ବ୍ୟବସ୍ଥା କରାଯାଇଛି । ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା କରାଯିବ । ସେହିପରି ମେୟର ଓ ପୌରାଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ଗଣତି ପରେ ଫଳାଫଳ ଘୋଷଣା କରାଯିବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁରଭାଇଜର, ସହକାରୀଙ୍କ ସହ ଇଭିଏମ୍‌ ନେବା ଆଣିବା ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ଏହି ନିର୍ବାଚନରେ ୬୫ ପ୍ରତିଶତ ମତଦାନ ହୋଇଛି । ଏଥିପାଇଁ ୪୩୬୦ ବୁଥ୍‌ ସ୍ଥାପନ କରାଯାଇଥିଲା ।

ଗତ ୨୪ ତାରିଖରେ ରାଜ୍ୟର ୧୦୬ ମ୍ୟୁନିସିପାଲଟି ଓ ଏନ୍‌ଏସି ଏବଂ ୩ ମହାନଗର ନିଗମ ପାଇଁ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.