fbpx

ପ୍ରବଳ ଶୀତ: ୧୦ ଡିଗ୍ରୀ ତଳେ ରାଜ୍ୟର ୧୨ଟି ସହର

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୨ଟି ସହରର ତାପମାତ୍ରା । ୪ ଡିଗ୍ରୀ ସହ ଫୁଲବାଣୀ ହୋଇଛି ରାଜ୍ୟର ସବୁଠୁ ଶୀତଳ ସହର । ତେବେ ଦାରିଙ୍ଗବାଡିରେ ୫.୫ ଡିଗ୍ରୀ, ଅନୁଗୁଳରେ ୬ ଡିଗ୍ରୀ, କୋରାପୁଟରେ ୬.୬ ଡିଗ୍ରୀ, ଭବାନୀପାଟଣାରେ ୭.୨, ଝାରସୁଗୁଡାରେ ୭.୫ ଡିଗ୍ରୀ, ବାରିପଦାରେ ୮.୫ ଡିଗ୍ରୀ, ବଲାଙ୍ଗିରରେ ୮.୮, ଟିଟିଲାଗଡରେ ୯, ସୋନପୁରରେ ୯.୨ ଡିଗ୍ରୀ, କେନ୍ଦୁଝରରେ ୯.୩, ବୌଦ୍ଧରେ ୯.୫ ରେକର୍ଡ କରାଯାଇଛି । ସେହିପରି କଟକରେ ୧୦.୫ ଡିଗ୍ରୀ ଓ ଭୁବନେଶ୍ୱରରେ ୧୧.୭ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.