fbpx
BJD SKY
BJD SKY

NAC ମାନ୍ୟତା ଦାବି ପ୍ରତିବାଦରେ ୧୨ ଘଣ୍ଟିଆ କୁଜଙ୍ଗ୍ ବନ୍ଦ

BJD

ଓଡ଼ିଶା ଭାସ୍କର: ଥିମିବାର ନାଁ ଧରୁନି ଘଇଉ ନିଆଁ । ପାରାଦୀପରେ କୁଜଙ୍ଗକୁ NAC ମାନ୍ୟତା ଦାବି ପ୍ରତିବାଦରେ ବିଭିନ୍ନ ବ୍ୟବସାୟିକ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ବନ୍ଦ ପାଳନ । ଏଥିପାଇଁ ଦୋକାନ, ବଜାର ବନ୍ଦ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ସେହିପରି ସୁବର୍ଣ୍ଣପୁରରେ ବି ଦେଖିବାକୁ ମିଳିଛି NAC ନିଆଁ । ଉଲୁଣ୍ଡାକୁ NAC ମାନ୍ୟତା ଦାବି ପ୍ରତିବାଦରେ ଉଲୁଣ୍ଡା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଲୁଣ୍ଡାରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ଦିନ ୧୨ଟା ଯାଏଁ ହେବ ବନ୍ଦ ପାଳନ । ଏନେଇ ଦୋକାନ ବଜାର ସହ ଯାନବାହନ ଚଳାଚଳ ବନ୍ଦ ରହିବ ।

Get real time updates directly on you device, subscribe now.