fbpx

(Video) ସିନେ ଜଗତରୁ ବିଦାୟ ନେବେ ଖିଲାଡ଼ି ଷ୍ଟାର? ଏହି କାରଣ ପାଇଁ ଅଭିନୟ ଛାଡ଼ିପାରନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଏକ ଖରାପ ଖବର । କାରଣ ଅଭିନୟ ଛାଡିବାକୁ ଯାଉଛନ୍ତି ଖିଲାଡି କୁମାର ଅକ୍ଷୟ । ସୋସିଆଲ ମିଡିଆରେ ଏବେ ଏମିତି କିଛି କଥା ଜୋରଦାର ଚର୍ଚ୍ଚା ହେଉଛି । ଯାହାର କାରଣ ଜାଣିବା ପାଇଁ ସମସ୍ତେ ଚାହୁଁଛନ୍ତି । ଅଭିନୟ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅକ୍ଷୟ କୁମାର ଅଭିନୟ ଛାଡ଼ିବା ଖବର ଆସିବା ପରେ ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ବଢିବାରେ ଲାଗିଛି । ତେବେ ଏହାର ମୁଖ୍ୟ କାରଣ ହେଉଛି, ଅକ୍ଷୟ କୁମାର ଖୁବଶୀଘ୍ର ରାଜନୀତି ମଇଦାନରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢିପାରନ୍ତି ଅକ୍ଷୟ କୁମାର । ପ୍ରତିଟି ଦଳ ଆଗାମୀ ନିର୍ବାଚନକୁ ନେଇ ରଣନୀତି ବନାଇବା ଆରମ୍ଭ କରି ଦେଇଛନ୍ତି । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଗଠବନ୍ଧନ କରି ଲୋକସଭା ନିର୍ବାଚନ କରିବା ନେଇ ଫଇସଲା କରିଛନ୍ତି । ଆପ୍ ଦଳ ଦିଲ୍ଲୀରେ ୪ଟି ସିଟରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ୩ଟି ସିଟ ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବ । ସେଥିପାଇଁ ବିଜେପି, ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କୁ ମଇଦାନରେ ଓହ୍ଲାଇପାରେ । ରିପୋର୍ଟ ହିସାବରେ, ବଲିଉଡ ଖିଲାଡୀ କୁମାରଙ୍କୁ ଦିଲ୍ଲୀ ଚାନ୍ଦିନୀ ଚୌକ ଆସନରୁ ବିଜେପି ପକ୍ଷରୁ ଲଢିବାକୁ କୁହାଯାଇପାରେ । ପାର୍ଟିର କିଛି ନେତା ଆକ୍ଟରଙ୍କ ସହ ଯୋଗାଯୋଗରେ ରହିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ତେବେ ଏସବୁକୁ ନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । କିନ୍ତୁ ବିଜେପି ସହ ଅକ୍ଷୟ କୁମାରଙ୍କ ଖୁବ ଭଲ ସଂପର୍କ ରହିଛି । ବର୍ତମାନ ଯଦି ତାଙ୍କ କଥା କହିବା, ତେବେ ସେ ନିଜର ଅପକମିଂ ଫିଲ୍ମ ବଡେ ମିୟାଁ ଛୋଟେ ମିୟାଁ ପାଇଁ ବ୍ୟସ୍ତ ଅଛନ୍ତି । ଏହି ଆକ୍ସନ ପ୍ୟାକଡ ମୁଭି ପାଇଁ ଆଶାବାଦୀ ରହିଛନ୍ତି ଅକ୍ଷୟ କୁମାର । ଏହି ସିନେମାଟି କେତେ ମାତ୍ରାରେ ଦର୍ଶକଙ୍କୁ ଏଣ୍ଟରଟେନ କରୁଛି ତାହା ଦେଖିବାକୁ ବାକି ରହିଲା । ସିନେମାଟି ଏପ୍ରିଲ ୯ ତାରିଖରେ ବଡ ପରଦାରେ ରିଲିଜ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.