fbpx

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ଆଡଭାଇଜରି; କହିଲେ ଏସବୁ କଥା

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଠିରେ ରଖି ନିର୍ବାଚନ ପୂର୍ବରୁ ଜାତି, ଧର୍ମ ଓ ଭାଷା ଆଧାରରେ ଭୋଟ ମାଗିବାରୁ ଦୂରେଇ ରହିବାକୁ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଦଳ ଓ ନେତାମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି EC। ଆଚରଣ ବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ଦଳ, ପ୍ରାର୍ଥୀ ଓ ପ୍ରଚାରକମାନଙ୍କୁ ଆଡଭାଇଜରି ଜାରି କରିଛନ୍ତି।

ମନ୍ଦିର, ଗୁରୁଦ୍ୱାର, ଚର୍ଚ୍ଚ, ମସଜିଦ କିମ୍ବା ଅନ୍ୟ କୌଣସି ଧର୍ମାନୁଷ୍ଠାନକୁ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ରାଜନୈତିକ ଦଳ ଓ ନେତାମାନେ ମିଥ୍ୟା ବୟାନ ଦେବା ଉଚିତ ନୁହେଁ ବୋଲି ନିର୍ବାଚନ କମିଶନ କହିଛନ୍ତି।

Get real time updates directly on you device, subscribe now.