fbpx
BJD SKY
BJD SKY

ଲାଇଭ୍ ଟ୍ରେଡିଂ ସେଶନ୍ କରିବେ NSE-BSE: ମାର୍ଚ୍ଚର ପ୍ରଥମ ଶନିବାର ବନ୍ଦ ହେବନି ଷ୍ଟକ ମାର୍କେଟ୍

BJD

ନୂଆଦିଲ୍ଲୀ: ଆସନ୍ତାକାଲି ମାର୍ଚ୍ଚର ପ୍ରଥମ ଶନିବାରରେ ଖୋଲା ରହିବ ଷ୍ଟକ ମାର୍କେଟ । ଜାତୀୟ ଷ୍ଟକ ଏକ୍ସଚେଞ୍ଜ (NSE) ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE) ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଏକ ଲାଇଭ୍ ଟ୍ରେଡିଂ ସେଶନ୍ । ତେଣୁ ଚଳିତ ମାସର ପ୍ରଥମ ଶନିବାର ଷ୍ଟକ ମାର୍କେଟ ଖୋଲା ରହିବ । ସିଷ୍ଟମରେ ଅଚାନକ ଆସୁଥିବା ଅପ୍ରତ୍ୟାଶିତ ସମସ୍ୟା ଗୁଡ଼ିକ ପାଇଁ ଏକ୍ସଚେଞ୍ଜର କେତେ ଦୂର୍ ପ୍ରସ୍ତୁତ ରହିଛନ୍ତି, ଏହାର ପରୀକ୍ଷା କରିବା ପାଇଁ ଏହି ସେଶନ୍ ଆୟୋଜନ କରାଯାଉଛି ।

ଷ୍ଟକ୍ ଏକ୍ସଚେଞ୍ଜ୍‌ ଏବଂ ଜମାଖାତା ପାଇଁ Business Continuity Plan (BCP) ଏବଂ Disaster Recovery Site (DRS) ପାଇଁ ପ୍ରସ୍ତୁତ ଢାଞ୍ଚା ପାଇଁ ଏହା ଏକ ବିଶେଷ ଅଧିବେଶନ ହୋଇପାରେ । ତେବେ ଏହି ସେଶନ୍ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ସଦସ୍ୟମାନଙ୍କୁ ଏନଏସଇ ସର୍କୁଲାରରେ କୁହାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଇକ୍ୱିଟି ଏବଂ ଇକ୍ୱିଟି ଡେରିଭେଟିଭ୍ ସେଗ୍‌ମେଣ୍ଟରେ ପ୍ରାଥମିକ ସମସ୍ୟାର ସମାଧାନ ପାଇଁ ଇଣ୍ଟ୍ରା-ଡେ’ ସୁଇଚ୍ ସହିତ ଏକ ସ୍ୱତନ୍ତ୍ର ଲାଇଭ୍ ଟ୍ରେଡିଂ ସେସନ କରିବ NSE । ଏ ନେଇ ଫେବୃଆରୀ ୧୪ ତାରିଖରେ ଏକ ସର୍କୁଲାର ମଧ୍ୟ ଜାରି କରାଯାଇ ଥିଲା ।

ଦୁଇଟି ସ୍ୱତନ୍ତ୍ର ଲାଇଭ୍ ଟ୍ରେଡିଂ ସେଶନ ଆୟୋଜନରେ ପରିଚାଳନା କରିବେ ଷ୍ଟକ୍ ମାର୍କେଟ । ସକାଳ ୯ଟା ୧୫ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୦ଟା ଏବଂ ୧୧.୩୦ରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ଏହି ସେଶନ ଜାରି ରହିବ । NSE ଏହାର ଅଫିସିଆଲ୍ ସର୍କୁଲାରରେ କହିଛି ଯେ, ସଦସ୍ୟମାନଙ୍କୁ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ । ଇକ୍ୱିଟି ଏବଂ ଇକ୍ୱିଟି ଡେରିଭେଟିଭ୍ ସେଗ୍‌ମେଣ୍ଟ୍‌ରେ ଶନିବାର ପ୍ରାଥମିକ ସାଇଟରୁ ସାଇଟକୁ ଇଣ୍ଟ୍ରା-ଡେ ସୁଇଚ୍ ସହିତ ଏହି ଲାଇଭ୍ ଟ୍ରେଡିଂ ସେଶନ ଆୟୋଜନ ହେବ ।”

Get real time updates directly on you device, subscribe now.