fbpx
BSKY SKY
BSKY SKY

ଶୀତକାଳୀନ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ୧୨ ସାଂସଦ ସସପେଣ୍ଡ

BSKY

ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ପ୍ରଥମ ଦିନରେ ୧୨ ବିରୋଧୀ ଦଳ ସାଂସଦ ନିଲମ୍ବିତ ହୋଇଛନ୍ତି । ପ୍ରଥମ ଦିନରେ ନିୟମ ଭାଙ୍ଗିବା କାରଣରୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରାଯାଇଛି । ସଂସଦର ଉଚ୍ଚତମ ସଦନ ରାଜ୍ୟସଭାରେ ଏହି ୧୨ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସଂସଦର ୨୫୪ ତମ ଅଧିବେଶନ ଜାରି ରହିଥିବା ବେଳେ ଗୃହକାର୍ଯ୍ୟରେ ଯେଉଁ ସାଂସଦ ବାଧା ସୃଷ୍ଟି କରିବେ ତାଙ୍କୁ ତୁରନ୍ତ ସସପେଣ୍ଡ କରାଯିବ ।
ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସର ୬, ଶିବସେନା ଓ ଟିଏମସିର ୨ ଜଣ ଏବଂ ସିପିଏମ ଓ ସିପିଆଇର ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି ।
ନିଲମ୍ବିତ ସାଂସଦଙ୍କ ତାଲିକା:
୧. ଏଲାମାରାମ କରିମ୍(ସିପିଏମ)
୨. ଫୁଲୋ ଦେବୀ ନେତମ(କଂଗ୍ରେସ)
୩. ଛାୟା ବର୍ମା (କଂଗ୍ରେସ)
୪. ରିପୁନ ବୋରା (କଂଗ୍ରେସ)
୫. ବିନୋୟ ବିଶ୍ୱମ (ସିପିଆଇ)
୬. ରାଜାମଣି ପଟେଲ (କଂଗ୍ରେସ)
୭. ଡୋଲା ସେନ(ଟିଏମସି)
୮. ଶାନ୍ତା ଛେତ୍ରୀ) ଟିଏମସି)
୯. ସୟଦ ନାସିର ହୁସେନ (କଂଗ୍ରେସ)
୧୦. ପ୍ରିୟଙ୍କା ଚତୁର୍ବେଦୀ (ଶିବସେନା)
୧୧. ଅନୀଲ ଦେଶାଇ (ଶିବସେନା)
୧୨. ଅଖିଳେଶ ପ୍ରସାଦ ସିଂ (କଂଗ୍ରେସ)

Get real time updates directly on you device, subscribe now.